ଭଦ୍ରକ : ଭଦ୍ରକ ଜିଲ୍ଲା ପୌରପାଳିକା ଅନ୍ତର୍ଗତ ତିରିଶି ନମ୍ବର ଓ୍ବାଡ ମାଟିଆ ପାଲର ବାସିନ୍ଦା ପ୍ରସନ୍ନ କୁମାର ପତି ଗତକାଲି ରାତ୍ରି ସମୟରେ ପରିବାରର ସଦସ୍ୟ ମାନଙ୍କ ସହ ଖାଇପିଇ ଶୋଇଥିବା ବେଳେ କେହି ଦୁବୃତ୍ତ ରାତି ଦୁଇଟା ତିରିଶି ସମୟ ଭିତରେ ତାଙ୍କ ଘରେ ନିଆଁ ଲଗାଇ ପଳାଇଯାଇଥିଲା | ଘର ପାଖ ପଡ଼ୋଶୀ ବାହାରକୁ ଉଠିଥିବା ବେଳେ ପାଖ ଘରେ ନିଆଁ ଲାଗି ଜଳୁଥିବାର ଦେଖିବାକୁ ପାଇ ଦଉଡ଼ି ଆସିଥିବା ସହିତ ଅନ୍ୟ ପାଖ ଲୋକ ମାନଙ୍କୁ ଡାକ ପକାଇବା ସହି ନିଆଁ ଲାଗି ଜଳୁଥିବା ଘର ଲୋକ ମାନଙ୍କୁ ଡାକି ଘରୁ ବାହାରକୁ ଆଣିଥିଲେ | ପରେ ଅନ୍ୟ ପାଖ ଲୋକମାନେ ଘଟଣା ସ୍ଥଳରେ ପହଞ୍ଚି ଜଳୁଥିବା ନିଆକୁ ପାଣି ପକାଇ ଆୟତ କରିଥିବା ସହିତ ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆକୁ ଆୟତ କରିଥିଲେ | ଏଥି ସହିତ ନିଆ ଲାଗିଥିବା ବ୍ୟକ୍ତି ଙ୍କ କହିବା କଥା ପାଖ ପଡଶୀ ଏହି ସବୁ ଦେଖି ଆମକୁ ଡାକିବାରୁ ଏକ ବଡ ମୃତ୍ୟୁ ମୁଖରୁ ବଞ୍ଚି ଗଲୁ | ଏଥିସହ ସହିତ ଘରର ସମସ୍ତ ଆସବାବପତ୍ର ସୁରକ୍ଷିତ ରହିଯାଇଛି | ଏଥି ସେ ପୋଲିସ ପ୍ରଶାସନିକୁ ଅନୁରୋଧ କରିଛନ୍ତି ଏହାର ତଦନ୍ତ କରି ତାଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରି ଦୋଷୀକୁ ଉପଯୁକ୍ତ ଦଣ୍ଡ ମିଳୁ |
Sign in
Sign in
Recover your password.
A password will be e-mailed to you.