ସ୍ତ୍ରୀକୁ କୋଦାଳ ବେଣ୍ଟରେ ପିଟିପିଟି ମାରିଦେଲା ସ୍ୱାମୀ

ସୁନ୍ଦରଗଡ଼:ଘରୋଇ କଳିରୁ ସ୍ତ୍ରୀକୁ ହତ୍ୟା କରି ଘର ସାମ୍ନାରେ ପୋତି ଦେଲା ସ୍ୱାମୀ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ବାବୁନୁଆ ଗାଁରେ ଅଭାବନୀୟ ଘଟଣା । ଘରୋଇ କଳିକୁ ନେଇ ସ୍ତ୍ରୀ ସରସ୍ୱତୀକୁ ସ୍ୱାମୀ ତ୍ରିଲୋଚନ କିସାନ କୋଦାଳ ବେଣ୍ଟରେ ପିଟି ପିଟି ହତ୍ୟା କରିଛି ।

ହତ୍ୟା ପରେ ମୃତ ଦେହକୁ ନିଜ ଘର ସାମ୍ନାରେ ପୋତି ଦେଇଥିଲା ।ପୁଅ ପ୍ରତିବାଦ କରିବାରୁ ତାକୁ ମଧ୍ୟ ମାଡ଼ ମାରିଥିଲା ହତ୍ୟାକାରୀ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାଟି ଖୋଳି ମୃତଦେହକୁ ବାହାର କରିଥିଲେ । ସାଇଣ୍ଟିଫିକ ଟିମ୍‌ ଉପସ୍ଥିତିରେ ମୃତଦେହ ଉଦ୍ଧାର କଲା ପୋଲିସ ।

nis-ad
Leave A Reply

Your email address will not be published.