ସାମ୍ବାଦିକଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ କନ୍ଧମାଳ ଓୟୁଯେ ଶାଖାର କର୍ମକର୍ତ୍ତାଙ୍କ ଯୋଗଦାନ…

ଫୁଲବାଣୀ : ସାମ୍ବାଦିକ ସ୍ଵର୍ଗତ କୁନାଲ ବେହେରାଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ କନ୍ଧମାଳ ଓୟୁଯେ ଶାଖାର କର୍ମକର୍ତ୍ତାଙ୍କ ଯୋଗଦେଇ ତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା କରିବା ସହିତ ଶୋକାକୁଳ ପରିବାରକୁ ସାନ୍ତ୍ବନା ଜଣାଇଥିଲେ l ପ୍ରକାଶ ଥାଉକି ନନ୍ଦିଘୋଷ ଟିଭିର ରାଇକିଆ ପ୍ରତିନିଧି କୁନାଲ ବେହେରା ମାତ୍ର ୩୭ ବର୍ଷ ବୟସରେ ହୃଦ୍‌ ଘାତରେ କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ
ଅକାଳ ବିୟୋଗ ଘଟିଥିଲା l ଘରେ କୁନାଲଙ୍କ ପତ୍ନୀ ଓ ୫ ମାସର ଶିଶୁପୁତ୍ର ରହିଛନ୍ତି । ସେ ଭୁବନେଶ୍ୱରରେ ସାମ୍ବାଦିକତା ଶିକ୍ଷା ପରେ ନନ୍ଦିଘୋଷ ଟିଭିରେ ଯୋଗ ଦେଇଥିଲେ ।ଏହି ଦୁଃଖଦ ଖବର ଶୁଣିବା ପରେ କନ୍ଧମାଳ ଓ ୟୁ ଯେ ଶାଖାର ଜିଲ୍ଲା ସଭାପତି ଅଶୋକ କୁମାର ମହାନ୍ତି କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ କୁମାର ବେହେରା ସମ୍ପାଦକ ଅସିତ କୁମାର ବେହେରା,ସହ ସମ୍ପାଦକ ଏବଂ ଆଇନ ଉପଦେଷ୍ଟା ଆଦିତ୍ୟ ପ୍ରସାଦ ତ୍ରିପାଠୀ ଓ ଅଜିତ ନାୟକ,ଉତ୍ତମ ଖମ୍ବାରି,ଆଦିତ୍ୟ ପାଢି, ପ୍ରଦୀପ କୁମାର ବେହେରା ଙ୍କ ସମେତ ସଂଘର ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଗଭୀର ଦୁଃଖ ପ୍ରକାଶ କରିବା ସହ ପରିବାରକୁ ଆର୍ଥିକ ସହଯୋଗ ମଧ୍ୟ କରାଯାଇ ଥିଲା । ଏହି ଅବସରରେ ଓଡିଶା ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟର ରାଜ୍ଯ ସଭାପତି ପ୍ରସନ୍ନ ମହାନ୍ତି ଏବଂ ସାଧାରଣ ସମ୍ପାଦକ ଅଶୋକ ନନ୍ଦ ଗଭୀର ଶୋକ ପ୍ରକାଶ କରିବା ସହିତ ଏହିପରି ସମୟରେ ଭଗବାନ ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି।

nis-ad
Leave A Reply

Your email address will not be published.