ମରଣଯନ୍ତା ପାଲଟିଛି ବଣିପଦର ଗ୍ରାମର ସଡ଼କ…

ପ୍ରଶାସନ ର ନିଘା ନାହିଁ…

ଉମରକୋଟ : ଗ୍ରାମ ଉନ୍ନୟନ ପାଇଁ ସରକାରଙ୍କ ତରଫରୁ କୋଟି କୋଟି ଟଙ୍କା ଅନୁଦାନ ଆସୁଛି, କିନ୍ତୁ ସେଗୁଡିକ ଯାଉଛି କେଉଁ ଆଡ଼େ ? ସୂଚନା ପ୍ରକାରେ ନବରଙ୍ଗପୁର ଜିଲ୍ଲା, ଉମରକୋଟ ବ୍ଲକ ଅନ୍ତର୍ଗତ ତୋହରା ପଞ୍ଚଯାତ, ବଣିପଦର ଗ୍ରାମର ପ୍ରଧାନ ମନ୍ତ୍ରୀ ସଡ଼କ ଚଚରା ଗ୍ରାମ ଦେଇ ତୋହରା ସଂଯୋକ ହୋଇଅଛି | ଏହାର ଲମ୍ବ ପ୍ରାୟ ୬ କିଲୋମିଟର ହେବ, ଦୀର୍ଘ ୧୫ ବର୍ଷ ପୂର୍ବେ ଏହି ସଡ଼କ ନିର୍ମାଣ କରାଯାଇଥିଲା, କିନ୍ତୁ ବଡ଼ ଦୁଃଖ୍ୟର ବିଷୟ ଆଜି ପର୍ଯନ୍ତ ଏହି ସଡ଼କ ମରାମତି ହୋଇ ନାହିଁ | ସରପଞ୍ଚ ମହାଶୟ ବହୁ ଥର ଅଭିଯୋଗ କରିବା ସତ୍ତ୍ୱେ ଗ୍ରାମ ଉନ୍ନୟନ ବିଭାଗ କର୍ଣ୍ଣ ଗୋଚର କରୁ ନାହାନ୍ତି | ରାସ୍ତାର ପିଚୁ ଉଠି ଯିବା ସହ ବଡ଼ ବଡ଼ ଗାତ ହୋଇ ଯାଇଅଛି | ଏହି ବିଷୟରେ ଗ୍ରାମ ଉନ୍ନୟନ ମୁଖ୍ୟ ଯନ୍ତ୍ରୀଙ୍କୁ ପଚାରିବାରୁ କହିଲେ ବର୍ତମାନ ଆମ ପାଖରେ ଟଙ୍କା ନାହିଁ | ରିପୋର୍ଟ ଲେଖି ପଠା ଯାଇଅଛି, ଟଙ୍କା ଆସିଲେ ମରାମତି କରାଯିବ | ସାଧାରଣ ଜନତାଙ୍କ ଦାବି ହେଉଛି ଅତି ଶୀଘ୍ର ରାସ୍ତା ମରାମତି ନ ହେଲେ ବର୍ଷା ଦିନରେ ନାହିଁ ନ ଥିବା ସମ୍ମୁଖୀନ ହେବାକୁ ପରିବ |

nis-ad
Leave A Reply

Your email address will not be published.