ଶ୍ରୀମନ୍ଦିରରେ ଅଘଟଣ, ଗରମ ଡାଲି ପଡି ଦୁଇଜଣ ବୋଝିଆ ଗୁରୁତର

ପୁରୀ:ଶ୍ରୀମନ୍ଦିରରେ ଗରମ ଡାଲି ପଡି ଦୁଇଜଣ ବୋଝିଆ ଗୁରୁତର। ଡାଲି ବୋହିବା ସମୟରେ ଘଟିଛି ଅଘଟଣ। ପ୍ରଥମ ଭୋଗମଣ୍ଡପରେ ଡାଲି ବୋହିବା ବେଳେ ଆହତ ହେଲେ ଦୁଇଜଣ ବୋଝିଆ।

ଆହତ ଦୁଇଜଣ ହେଉଛନ୍ତି ପପି ପ୍ରଧାନ ଓ ପ୍ରଦୀପ ସାହୁ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଦୁଇ ଆହତ ଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଛି।

nis-ad
Leave A Reply

Your email address will not be published.