ଶ୍ରଦ୍ଧାଞ୍ଜଳୀ ଟକିଜରେ ମୁକ୍ତିଲାଭ କଲା ସିନେମା ‘ପ୍ରୀତିବନ୍ଧନ’

ଫୁଲବାଣୀ : କନ୍ଧମାଳର ପ୍ରଯୋଜକ ପ୍ରଶାନ୍ତ ନାୟକଙ୍କ ନେକ୍ସଟ ଡୋର ଫିଲ୍ମ ବ୍ୟାନରରେ ପ୍ରସ୍ତୁତ, ଓଡ଼ିଆ ଫିଲ୍ମ ପ୍ରୀତି ବନ୍ଧନ ମୁକ୍ତି ଲାଭ କରିଛି । ଅଭିନୟ କରିଥିବା ପାର୍ଶ୍ବ ଅଭିନେତା, ପ୍ରଯୋଜକ, ସଙ୍ଗୀତଜ୍ଞ ଓ ଅନ୍ୟାନ୍ୟ ସମସ୍ତ କଳାକାର ଫୁଲବାଣୀ ଆସି ଶ୍ରଦ୍ଧାଞ୍ଜଳି ଟକିଜରେ ଉପସ୍ଥିତିରେ ଶୁଭାରମ୍ଭ କରିଥିଲେ । ଫୁଲବାଣୀର ଜଣାଶୁଣା ସମାଜ ସେବୀ, ଅଭିନେତା, ତଥା ଫିଲ୍ମ ପ୍ରଯୋଜକ ପ୍ରଶାନ୍ତ ନାୟକ ଓ ଫିଲ୍ମ ହଲ ମାଲିକ ଅନିଲ ବେହେରା ଉପସ୍ଥିତ ଥିଲେ । ଏଥିରେ ଓଡିଶାର କଳା, ସଂସ୍କୃତି ଓ ପରମ୍ପରାକୁ ପ୍ରାଧାନ୍ୟ ଦିଆଯାଇଥିବା କଥା ପ୍ରଯୋଜକ ନାୟକ କହିଛନ୍ତି । ପ୍ରଶାନ୍ତ ନାୟକ ଓ ନରେନ୍ଦ୍ର ପାତ୍ରଙ୍କ ପ୍ରଯୋଜିତ ଏହି ଫିଲ୍ମରେ ହୃଦୟ ସ୍ପର୍ଶୀ ହୋଇ ପାରିଛି ଏହାର ନିର୍ଦେଶନା ଦେଇଛନ୍ତି ରାଶେଷ ମହାନ୍ତି । ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ବରିଷ୍ଠ ତଥା ଜଣାଶୁଣା ସଂଗୀତ ନିର୍ଦେଶକ ଅଭିଜିତ ମଜୁମଦାର । ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ସୁଧାକର ବସନ୍ତ, ଓ ସ୍ମୃତି ଆର । ଏହାର କ୍ରିଏଟିଭ ହେଡ଼ ଓ ମିଡ଼ିଆ ପ୍ଲାନର ପ୍ରଣୟ ଜେଠି ଏହି ଫିଲ୍ମରେ ଅଭିନେତା, ଅଭିନେତ୍ରୀ ଭାବେ ସମ୍ବିତ, ତମନ୍ନା ଓ ତୃପ୍ତି ଅନ୍ୟ ମାନଙ୍କ ମଧ୍ୟରେ ପୁଷ୍ପା ପଣ୍ଡା,ପୃଥ୍ବୀରାଜ ନାୟକ, ଭୂପତି ତ୍ରିପାଠୀ, । ସର ଅପା, ଅଳକା, ପ୍ରଶାନ୍ତ ନାୟକ, ନୂପୁର ଓ ସସ୍ମିତା ପ୍ରମୁଖ ନିଖୁଣ ଅଭିନୟ କରିଛନ୍ତି । ଫୁଲବାଣୀ | ଶ୍ରଦ୍ଧାଞ୍ଜଳି ଟକିଜ ସମେତ ରାଜ୍ୟର କୋଡିଏଟି ସ୍ଥାନରେ ଏହା ମୁକ୍ତିଲାଭ କରିଛି ।

nis-ad
Leave A Reply

Your email address will not be published.