ଦିନ ଦିପହର ରେ ଲୁଟ୍‌ର ଶିକାର ହେଲେ ବୃଦ୍ଧ ଦମ୍ପତି : ଝାମ୍ପି ନେଲେ ବ୍ୟାଗରୁ ଚାରି ଲକ୍ଷ ପଚାଶ ହଜାର ଟଙ୍କା…

ବ୍ରହ୍ମପୁର : ପୋଲିସକୁ ଚୋରଙ୍କ ଖୋଲା ଚାଲେଞ୍ଜ।ଦିନ ଦୀପହରରେ ମାତିଲେ ଲୁଟେରା ଖେଳାଇଥିଲେ ଆତଙ୍କ, ଯେଉଁଠାରେ ପୋଲିସ ପାଖରେ ନଥିଲା କିଛି ଭି ସୂଚନା।ଏଭଳି ଏକ ଘଟଣା ଘଟିଛି ବୈଦ୍ୟନାଥପୁର ଥାନା ଇଲାକାରେ।ଆଜି ପୂର୍ବାହ୍ନରେ ଆରୁଆପଲ୍ଲୀ ଗ୍ରାମର ପ୍ରଭାକର ପଟ୍ଟନାୟକ ଏବଂ ତାଙ୍କ ସ୍ତ୍ରୀ.କୁମାରୀ ପଟ୍ଟନାୟକ ଗଜପତି ନଗର ସ୍ଥିତ ଏସବିଆଇ ଖୋଡାସିଙ୍ଗି ଶାଖାରୁ ଘର କାମ କରିବା ପାଇଁ ନିଜ ବ୍ୟାଙ୍କ ଆକାଉଣ୍ଟ ରୁ ପାଞ୍ଚ ଲକ୍ଷ କୋଡିଏ ହଜାର ଟଙ୍କା ଜମାରାଶି ଉଠାଇ ଥିଲେ।ଉକ୍ତ ଚାରି ଲକ୍ଷ ପଚାଶ ହଜାର ଟଙ୍କାକୁ ନିଜ ସ୍ତ୍ରୀ ଙ୍କ ଭ୍ୟାନୀଟି ବ୍ୟାଗ ରେ ରଖିବା ସହିତ ଅନ୍ୟଏକ ଲାଲ ବ୍ୟାଗରେ ସତୁରୀ ହଜାର ଟଙ୍କା ରଖିଥିଲେ।ପରେ ନିଜ ଗାଡ଼ିରେ ଆରୁଆପଲ୍ଲୀ ଅଭିମୁଖେ ବାହାରି ଥିଲେ ବୃଦ୍ଧ ଦମ୍ପତି।ପୂର୍ବରୁ ଏହାକୁ ଟାର୍ଗେଟ କରିଥିବା ଲୁଟେରା ମାନେ ତାଙ୍କୁ ବ୍ୟାଙ୍କ ଠାରୁ ପିଛା କରିଥିଲେ।ଇଂଜିନିୟରିଂ ଛକ ଠାରୁ ଆଙ୍କୁଲି ଓଭରର୍ବ୍ରିଜ କୁ ଯିବା ସମୟରେ ଏକ ମୋଟରସାଇକଲରେ ଆସି ଦୁଇ ଜଣ ଲୁଟେରା କୁମାରୀ ପଟ୍ଟନାୟକ ଙ୍କ ଭ୍ୟାନୀଟି ବ୍ୟାଗ କୁ ଝାମ୍ପି ନେଇ ଚାଲିଗଲେ।ଏନେଇ ବୈଦ୍ୟନାଥପୁର ଥାନାରେ ଏତଲା ଦେଇଛନ୍ତି ପ୍ରଭାକର ପଟ୍ଟନାୟକ।ଏତଳାକୁ ଆଧାର କରି ବୈଦ୍ୟନାଥପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ସହିତ ବ୍ୟାଙ୍କ ଏବଂ ଆଖପାଖ ଅଞ୍ଚଳର ସିସିଟିଭି କୁ ଯାଞ୍ଚ କରୁଛି।ସ୍ପଷ୍ଟ ଦିବଲୋକରେ ଏଭଳି ଘଟଣା ଘଟିବାକୁ ନେଇ ସହଜରେ ଗ୍ରହଣ କରି ପାରୁ ନାହାନ୍ତି ସହରବାସୀ।ବୈଦ୍ୟନାଥପୁର ଥାନା ଇଲାକାରେ ବହୁ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ବ୍ୟବସାୟୀକ ଅନୁଷ୍ଠାନ ରହିଥିବା ବେଳେ ଅର୍ଥ କାରବାର ହୋଇଥାଏ।ତେବେ ବୈଦ୍ୟନାଥପୁର ଥାନା ପୋଲିସ ର ଢିଲା ପେଟ୍ରୋଲିଂ ଯୋଗୁଁ ବାରମ୍ବାର ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।ବୈଦ୍ୟନାଥପୁର ଥାନା ରେ କାର୍ଯ୍ୟରତ ପୋଲିସ ବାବୁ ମାନେ କେବଳ ଶୀତତାପ ଯନ୍ତ୍ର ତଳେ ନାଇରେ ତେଲ ମାରି ଚେଇଁ ରହୁଛନ୍ତି।ଯାହାର ପରିଣାମ ସାଧାରଣ ଜନତା ଲୁଟେରାଙ୍କ ଶିକାର ହେଉଛନ୍ତି।ଏଠାରେ  ସୂଚନା ଥାଉକି ଦିନକୁ ଦିନ ବ୍ରହ୍ମପୁର ସହର ର  ଆଇନ ଶୃଙ୍ଖଳା ବିଗିଡି ବିଗିଡି ଯାଉଛି ତଥାପି ପୋଲିସ ର ଚେତା ପଶୁନି l ଦିନରେ ପୋଲିସ ର ପେଟ୍ରୋଲଙ୍ଗ ଗଛ ଛାଇ ତଳେ ଚାଲିଛି ରାତି କଥା ନକହିବା ଭଲ, ଦିନରେ ପୋଲିସ ପେଟ୍ରୋଲିଙ୍ଗ ସହର ପରିଭ୍ରମଣ କଲା ପରି ମନେ ହୁଏ ବାବୁ ମାନେ ବାଛି ବାଛି ଉଠା ଦୋକାନୀ ମାନଙ୍କୁ ନାଲି ଆଖି ଦେଖାଇ ଜଳଖିଆ କରି ପଇତାରା ମାରନ୍ତି ପୁଣି ଦିନ ଦିପହର ହେଲେ ଏକ ଦାମୀ ହୋଟେଲ ଅପେକ୍ଷା କରିଥାଏ ବାବୁ ମାନଙ୍କ ପେଟ୍ରୋଲିଙ୍ଗ ଗାଡ଼ି କୁ ଏବଂ ଗାଡ଼ି ଆସିଲେ ବଢ଼ାଇ ଦିଏ ବାବୁ ମାନଙ୍କ ଖାଦ୍ୟ, ତାପରେ ଭଲ ଗଛ ଛାଇ ତଳେ ଗାଡ଼ି ରଖି ଟିକିଏ ଆଖି ପକାଇ ଦିୟନ୍ତି ତେଣୁ ଏହାର ସୁଯୋଗ ନିୟନ୍ତି ଲୁଟେରା l ଲୁଟ ହେଲା ପରେ ପୋଲିସ ତତ୍ପରତା ଦେଖାଏ ତାହା ପୁଣି ଶୀତତାପ ନିୟତ୍ରିତ କୋଠରୀ ଭିତରେ ବସି l କଥାରେ ଅଛି ଚାକିରୀ କରିବ ପୋଲିସ ମାଛ ଖାଇବ ଇଲିସି କିନ୍ତୁ ଏବେ ପୋଲିସ ଚାକିରୀ ଯଦି କରିବ ଗଞ୍ଜାମ ଜିଲ୍ଲାରେ ଖାସ କରି ବ୍ରହ୍ମପୁର ରେ ପୋଲିସ ଚାକିରୀ ର ମଜ୍ଜା ନିଆରା 

nis-ad
Leave A Reply

Your email address will not be published.