ଅମୃତସରରେ ଗ୍ୟାଙ୍ଗଓ୍ବାର, କୁଖ୍ୟାତ ଗ୍ୟାଙ୍ଗଷ୍ଟର ଜରନେଲ ସିଂକୁ ମାରିଲେ ୨୪ ରାଉଣ୍ଡ ଗୁଳି

ଅମୃତସର : ଗ୍ୟାଙ୍ଗଓ୍ବାରରେ ପୁଣି ଥରି ଉଠିଛି ପଞ୍ଜାବର ଅମୃତସର । ଏଠାରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଜରନେଲ ସିଂକୁ ଗୁଳି କରି ହତ୍ୟା କରାଯାଇଛି । ଏହାକୁ ନେଇ ସମଗ୍ର ସହରରେ ସ୍ଥିତି ଅଶାନ୍ତ ହୋଇଯାଇଛି ।
ପୁଲିସର ସୂଚନା ଅନୁଯାୟୀ, ଅମୃତସରର ସଠିଆଲା ଗ୍ରାମରେ ୪ ଜଣ ଦୁର୍ବୃତ୍ତ ତା ଉପରକୁ ପ୍ରାୟ ୨୪ ରାଉଣ୍ଡ ଗୁଳି ଚଳାଇଥିଲେ। ଗୁଳିକାଣ୍ଡର ସିସିଟିଭି ଫୁଟେଜ୍ ମଧ୍ୟ ଭାଇରାଲ ହୋଇଛି । ଗ୍ୟାଙ୍ଗଷ୍ଟର ଜରନେଲ ସିଂ ଗୋପୀ ଘନଶ୍ୟାମପୁରିଆ ଗ୍ୟାଙ୍ଗର ସଦସ୍ୟ ଥିଲା । ତାକୁ ବିପକ୍ଷ ଗ୍ୟାଙ୍ଗର ସୁଟରମାନେ ହତ୍ୟା କରିଥିବା ପୁଲିସ ସଂଦେହ କରୁଛି । ସାର୍ପସୁଟରମାନେ ଜରନେଲ ସିଂହ ଉପରକୁ ପ୍ରାୟ ୨୪ଟି ଗୁଳି ଚଳାଇଥିଲେ।

ଘଟଣାର ସିସିଟିଭି ଫୁଟେଜରେ ୪ ଜଣ ଆକ୍ରମଣକାରୀ ଏହି ଘଟଣା ଘଟାଇଥିବା ଦେଖିବାକୁ ମିଳିଛି। ସେମାନେ ପାଖାପାଖି ୧୫ ମିନିଟ୍ ଗୁଳି ଚଳାଇ ଜରନେଲ ସିଂଙ୍କୁ ହତ୍ୟା କରିଥିଲେ । ଭିଡିଓ ଫୁଟେଜରେ ଦେଖିବାକୁ ମିଳୁଛି ଯେ ଜରନେଲ ସିଂ ଏକ ଦୋକାନରୁ ବାହାରକୁ ଆସିବା ମାତ୍ରେ ଆକ୍ରମଣକାରୀମାନେ ତା ଉପରକୁ ଗୁଳି ଚଳାଇଥିଲେ। ଫଳରେ ଘଟଣାସ୍ଥଳରେ ତାର ମୃତ୍ୟୁ ଘଟିଥିଲା। ଆକ୍ରମଣକାରୀମାନେ ଏକ ମାରୁତି ସ୍ବିଫ୍ଟ କାରରେ ଆସିଥିଲେ। କୁହାଯାଉଛି ଯେ ଜରନେଲ ସିଂ କୌଣସି କାମରେ ଯାଉଥିଲା । ଏହି ସମୟରେ ଆକ୍ରମଣକାରୀମାନେ ସୁଯୋଗ ଦେଖି ତାଙ୍କୁ ହତ୍ୟା କରିଥିଲେ ।

nis-ad
Leave A Reply

Your email address will not be published.