ମେଲୋଡି ଦେଖି ଫେରୁଥିବାବେଳେ ଯୁବକଙ୍କୁ ନିର୍ମମ ହତ୍ୟା

ବଲାଙ୍ଗିର: ବଲାଙ୍ଗିରରେ ଯୁବକଙ୍କୁ ନିର୍ମମ ହତ୍ୟା। ମେଲୋଡି ଦେଖି ଫେରୁଥିବାବେଳେ ଧାରୁଆ ଅସ୍ତ୍ରରେ ଆକ୍ରମଣ କଲେ ଦୁର୍ବୃତ୍ତ। ବିଳମ୍ବିତ ରାତିରେ ବଲାଙ୍ଗିର ନୃସିଂହ ମନ୍ଦିର ନିକଟରେ ଦୁଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି।

ଘଟଣାସ୍ଥଳରେ ଜଣେ ମୃତ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତକ ହେଲେ ସରୋଜ ପାଣିଗ୍ରାହୀ । ଗୁରୁତର ପ୍ରେମ ସାହୁଙ୍କୁ ଭୀମଭୋଇ ମେଡିକାଲ କଲେଜ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ କିଏ ଓ କଣ ପାଇଁ ଆକ୍ରମଣ କଲେ ସେନେଇ କାରଣ ଅସ୍ପଷ୍ଟ ରହିଛି। ବଲାଙ୍ଗିର ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

nis-ad
Leave A Reply

Your email address will not be published.