ମାଓବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ଉଭୟଙ୍କ ମଧ୍ୟରେ ଗୁଳିବିନିମୟ : ସର୍ଚ୍ଚ ଅପରେସନ ଜୋରଦାର…


ଫୁଲବାଣୀ:କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ କୁର୍ତ୍ତମଗଡ଼ ନିକଟସ୍ଥ ସିନ୍ଧିପଙ୍ଖାଲ ଜଙ୍ଗଲରେ ସୁରକ୍ଷାକର୍ମୀ -ମାଓବାଦୀ ମଧ୍ୟରେ ଗୁଳିବିନିମୟ । ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରିଛି ପୋଲିସ୍ । ସୂଚନା ପ୍ରକାରେ ଗୁଇନ୍ଦା ସୂଚନା ଆଧାରରେ ସମ୍ପୃକ୍ତ ଅଞ୍ଚଳରେ ଏସ୍ଓଜି ଜବାନମାନେ କୁମ୍ବିଂ ଅପରେସନ୍ ଚଳାଇଥିଲେ । ଆଜି ସକାଳ ପ୍ରାୟ ୫ଟା ୪୦ମିନିଟ୍ ସମୟରେ ସିନ୍ଧିପଙ୍ଖାଲ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ । କିଛି ସମୟ ଧରି ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ଘଟିବା ପରେ ମାଓବାଦୀ ମାନେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିବା ଜଣାପଡ଼ିଛି । ଘଟଣାସ୍ଥଳରୁ ବିଭିନ୍ନ ମାଓ ସାମଗ୍ରୀ ଜବତ ହୋଇଥିବା ବେଳେ କିଛି ମାଓବାଦୀ ସୁରକ୍ଷାକର୍ମୀଙ୍କ ଗୁଳିରେ ଗୁରୁତର ଆହତ ହୋଇଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି । ତେବେ ଏଯାବତ୍ କାହାର ମୃତାହତ ଖବର ସ୍ପଷ୍ଟ ହୋଇପାରି ନାହିଁ । ସେପଟେ କିଛିଦିନର ନିରବତା ପରେ କନ୍ଧମାଳରେ ଲାଲ୍ ବାହିନୀ ପୁଣିଥରେ ନିଜର ସ୍ଥିତି ଜାହିର କରୁଛି । ଅନ୍ୟପଟେ ଏହି ଗୁଳିବିନିମୟ ଘଟଣାକୁ ନେଇ ଅଞ୍ଚଳବାସୀଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି ।

nis-ad
Leave A Reply

Your email address will not be published.