ଆସନ୍ତା ୩ ବର୍ଷ ପାଇଁ ରାଜ୍ୟର ସମସ୍ତ ଚାଷୀଙ୍କୁ ଯୋଗାଇ ଦିଆଯିବ ମାଗଣା ଫସଲ ବୀମା

ଭୁବନେଶ୍ୱର: ଚାଷୀଙ୍କ ଶସ୍ୟବୀମା ଆସନ୍ତା ତିନି ବର୍ଷ ପାଇଁ ସମ୍ପୂର୍ଣ୍ଣ ମାଗଣା । ଏବେ ଚାଷୀଙ୍କୁ ଫସଲ ବୀମା ବାବଦକୁ ଅର୍ଥ ଦେବାକୁ ପଡ଼ିବନି। ଚାଷୀଙ୍କ ଭାଗର ପ୍ରିମିୟମ୍ ରାଜ୍ୟ ସରକାର ବହନ କରିବେ। ଯାହା ୩ବର୍ଷ ପର୍ଯ୍ୟନ୍ତ ଅର୍ଥାତ୍ ୨୦୨୩ ଖରିଫରୁ ୨୦୨୫-୨୬ ରବି ପର୍ଯ୍ୟନ୍ତ ଲାଗୁ ହେବ। ହେଲେ ଏଥିପାଇଁ ଚାଷୀଙ୍କୁ ଫସଲ ବୀମା ପୋର୍ଟାଲରେ ନାମ ପଞ୍ଜୀକରଣ କରିବାକୁ ପଡ଼ିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି।

ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା । ଯେଉଁଥିରେ ସମବାୟ ବିଭାଗ ପ୍ରମୁଖ ସଚିବ ସଞ୍ଜୀବ କୁମାର ଚଢା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖସଚିବ ବୀରବିକ୍ରମ ଯାଦବ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନା ଥାଉକି, ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଦୁଇ ବିଭାଗର କାର୍ଯ୍ୟ ସମୀକ୍ଷା କରିବା ପରେ xସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ କହିଥିଲେ, ୨୦୨୨-୨୩ ବର୍ଷରେ ରାଜ୍ୟରେ ୭ଲକ୍ଷରୁ ଅଧିକ ଅତିରିକ୍ତ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାରକୁ ମୋଟ୍ ୧୬୬୮୩.୫୭କୋଟି ଟଙ୍କାର କୃଷି ଋଣ ପ୍ରଦାନ କରାଯାଇଛି। ୨୯୫ଟି ପାକ୍‌ସର କୋର୍‌ ବ୍ୟାଙ୍କିଂ ସଲ୍ୟୁସନ୍ ବ୍ୟବସ୍ଥାରେ କମ୍ପ୍ୟୁଟରୀକରଣ କରାଯାଇଛି। ଯାହାକି ସାରା ଦେଶରେ ପ୍ରଥମ। କୃଷିଜାତ ଦ୍ରବ୍ୟର କ୍ରୟବିକ୍ରୟ ଅନଲାଇନ୍ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ୬୬ଟି ନିୟନ୍ତ୍ରିତ ବଜାର କମିଟିକୁ ଇ-ନାମ ପ୍ଲାଟଫର୍ମରେ ସ୍ଥାନିତ କରାଯାଇଛି।

ସେଥିରେ ଏଫ୍‌ପିଓମାନଙ୍କୁ ପଞ୍ଜୀକରଣ କରାଯାଇଛି। ଏକ୍ଷେତ୍ରରେ ଓଡ଼ିଶା ଦେଶରେ ପ୍ରଥମ। ଆନ୍ତଃମଣ୍ଡି ବାଣିଜ୍ୟ କାରବାରରେ ବୃଦ୍ଧି ଘଟିଛି ଓ ଓଡ଼ିଶା ଏ କ୍ଷେତ୍ରରେ ଦେଶରେ ଚତୁର୍ଥ। ସେହିପରି ଗତ ୪ବର୍ଷରେ ୫ଲକ୍ଷ ନୂଆ ଚାଷୀଙ୍କୁ ଧାନ କିଣା ପ୍ରକ୍ରିୟାରେ ସାମିଲ୍ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଥିଲେ।

nis-ad
Leave A Reply

Your email address will not be published.