ଶିକାରୀ ଗୁଳିମାଡ଼ରେ ଫରେଷ୍ଟଗାର୍ଡ ମୃତ…

କରଞ୍ଜିଆ: ଶିକାରୀ ଗୁଳିମାଡ଼ରେ ଫରେଷ୍ଟଗାର୍ଡ ମୃତ । ଶିମିଳିପାଳ ଅଭୟାରଣ୍ୟରେ ଶିକାରୀ ଗୁଳିରେ ଜଣେ ବନ କର୍ମଚାରୀଙ୍କ ମୃତ ହୋଇଛି । ବାଙ୍ଗିରିପୋଷି ରେଞ୍ଜ ଚାକିଡି ବିଟ୍‌ ଅଞ୍ଚଳରେ ଘଟିଛି ଘଟଣା । ମୃତ ଫରେଷ୍ଟ ଗାର୍ଡ ହେଲେ ବିମଲ କୁମାର ଜେନା । ଘଟଣାସ୍ଥଳରେ ବାଙ୍ଗିରିପୋଷି ପୋଲିସ ଓ ବନକର୍ମଚାରୀଙ୍କ ତନାଘନା ଜାରି ରହିଛି।

ଗତକାଲି ସଂଧ୍ୟାରେ ଫରେଷ୍ଟ ଗାର୍ଡ ବିମଲ ପାଟ୍ରୋଲିଂ କରୁଥିବା ବେଳେ ଶିକାରୀମାନେ ଜଙ୍ଗଲକୁ ପ୍ରବେଶ କରୁଥିବା ଦେଖି ତାଙ୍କ ପିଛା କରିଥିଲେ । ଶିକାରୀମାନେ ଜାଣିପାରି ଫରେଷ୍ଟ ଗାର୍ଡଙ୍କୁ ଗୁଳି କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଅନ୍ୟ କର୍ମଚାରୀ ମାନେ ଚିତ୍କାର ଶୁଣି ଆସିବା ବେଳକୁ ତଳେ ଟଳି ପଡ଼ିଥିଲେ ବିମଲ । ତୁରନ୍ତ ରେଞ୍ଜ କାର୍ଯ୍ୟାଳୟକୁ ଖବର ଦିଆଯାଇଥିଲା । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରଖିଛି ।

nis-ad
Leave A Reply

Your email address will not be published.