ଆଇଏଏସ୍ ହେଲେ ଭଦ୍ରକର ଝିଅ ଶୁଭାଙ୍ଗି…

ଭଦ୍ରକ : ଭଦ୍ରକ ସହର ବଙ୍କ ସାହିର ସତ୍ୟ ନାରାୟଣ ଖୁଣ୍ଟିଆଙ୍କ କନ୍ୟା ସୁଶ୍ରୀ ଶୁଭାଙ୍ଗି ଖୁଣ୍ଟିଆ ପାଇଲେ ଆଇ.ଏ.ଏସ l ସର୍ବ ଭାରତୀୟ ସ୍ତରରେ 248 ରେଙ୍କରେ ରହିଛନ୍ତି ଶୁଭାଙ୍ଗି l ତେବେ ଏହା ପୂର୍ବରୁ ଓ.ଇ.ଏସ ପାଇ ବର୍ତ୍ତମାନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଡମିନିଷ୍ଟ୍ରେଟିଭ ଅଫିସର ଭାବେ କାର୍ଯ୍ୟରତ ଅଛନ୍ତି ଶୁଭାଙ୍ଗି l ପାଠ ନସରିବା ଯାଏ ବସିଥାଏ ମୁଁ ,ଏବେ ସେହି ପରିଶ୍ରମର ଫଳ ପାଇଛି ବୋଲି କହିଲେ ସୁଶ୍ରୀ ଶୁଭାଙ୍ଗୀ ଖୁଣ୍ଟିଆ |

nis-ad
Leave A Reply

Your email address will not be published.