ପ୍ରକାଶ ପାଇଲା ୟୁପିଏସସି ପରୀକ୍ଷା ଫଳ, ଟପ୍ପର ହେଲେ ଈଶିତା କି‌ଶୋର

ନୂଆଦିଲ୍ଲୀ: ସିଭିଲ ସର୍ଭିସ ପରୀକ୍ଷାର ଅନ୍ତିମ ଫଳାଫଳ ପ୍ରକାଶ କଲା କେନ୍ଦ୍ରୀୟ ଲୋକ ସେବା ଆୟୋଗ (ୟୁପିଏସସି)। ଏହି ପରୀକ୍ଷାରେ ପୁଣି ଥରେ ଯୁବତୀଙ୍କ କମାଲ ଦେଖିବାକୁ ମିଳିଛି। ଟପ୍-୪ରେ ୪ଜଣ ଯୁବତୀ ଥିବା ଦେଖାଯାଇଛି। ଈଶିତା କି‌ଶୋର ସିଭିଲ ସର୍ଭିସ ପରୀକ୍ଷ‌ାରେ ଟପ୍ପର ହୋଇଥିବା ବେଳେ ଦ୍ବିତୀୟ ସ୍ଥାନରେ ଗରିମା ଲୋହିଆ, ତୃତୀୟ ସ୍ଥାନରେ ଉମା ହରାତି ଏନ୍ ଓ ଚତୁର୍ଥ ସ୍ଥାନରେ ସ୍ମୃତି ମିଶ୍ରା ରହିଛନ୍ତି।
ଏହି ସୂଚୀରେ ଓଡ଼ିଶାରୁ ୩୮ତମ ସ୍ଥାନରେ ଅନୁପ ଦାସ୍, ୪୨ତମ ସ୍ଥାନରେ ପ୍ରଣିତା ଦାସ୍, ୬୬ସ୍ଥାନରେ କ୍ରିତିକା ମିଶ୍ର, ୬୭ସ୍ଥାନରେ କସ୍ତୁରୀ ପଣ୍ଡା, ୭୩ସ୍ଥାନରେ ପଲ୍ଲବୀ ମିଶ୍ର, ୯୭ସ୍ଥାନରେ ପ୍ରଶାନ୍ତ ରାଜ, ୧୦୬ସ୍ଥାନରେ ସିଦ୍ଧାର୍ଥ ମିଶ୍ର , ୧୩୬ସ୍ଥାନରେ ସୌମ୍ୟରଂଜନ ଦାସ, ୧୪୦ସ୍ଥାନରେ ସୋନାଲି ମିଶ୍ର, ୧୬୨ସ୍ଥାନରେ ଦୁର୍ଗା ପ୍ରସାଦ ଅଧିକାରୀ, ୨୬୧ସ୍ଥାନରେ ସତ୍ୟ ପ୍ରକାଶ ମିଶ୍ର , ୩୬୩ସ୍ଥାନରେ ଦିବ୍ୟା ଜୈନ୍‌, ୫୧୬- ତେଜସ୍ବିନୀ ବେହେରା ରହିଛନ୍ତି।
ଅନ୍ତିମ ଫଳାଫଳରେ ନିଯୁକ୍ତି ପାଇଁ ମୋଟ ୯୩୩ ପ୍ରାର୍ଥୀଙ୍କୁ ଚୟନ କରାଯାଇଥିବା ଜଣାପଡ଼ିଛି। ସେଥିମଧ୍ୟରୁ ୩୪୫ ପରୀକ୍ଷାର୍ଥୀ ଜେନେରାଲ, ୯୯ ପରୀକ୍ଷାର୍ଥୀ ଇଡବ୍ଲୁଏସ, ୨୬୩ପରୀକ୍ଷାର୍ଥୀ ଓବିସି, ୧୫୪ପରୀକ୍ଷାର୍ଥୀ ଏସସି ଏବଂ ୭୨ପରୀକ୍ଷାର୍ଥୀ ଏସଟି ବର୍ଗର। ଏହା ସହ ୧୭୮ପ୍ରାର୍ଥୀଙ୍କ ଏକ ରିଜର୍ଭ ତାଲିକା ପ୍ରସ୍ତୁତ କରାଯାଇଥିବା ବେଳେ ୧୮୦ ଜଣ ଆଇଏଏସ, ୩୮ ଜଣ ଆଇଏଫଏସ ଏବଂ ୨୦୦ ଜଣ ଆଇପିଏସ ଭାବେ କୃତକାର୍ଯ୍ୟ ହୋଇଛନ୍ତି ।
ତେବେ ପରୀକ୍ଷା ଦେଇଥିବ‌ା ପରୀକ୍ଷାର୍ଥୀମାନେ ସେମାନଙ୍କର ଫଳାଫଳକୁ ଅଫିସିଆଲ୍ ୱେବସାଇଟ୍ upsc.gov.in ରେ ଯାଞ୍ଚ କରିପାରିବେ।

nis-ad
Leave A Reply

Your email address will not be published.