ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପାକିସ୍ତାନର ଲୋକ ବି ଭଲପାଆନ୍ତି: ଅନୁପ ଜଲୋଟା

ନୂଆଦିଲ୍ଲୀ : ମଙ୍ଗଳବାର ଦିନ ଗାୟକ ଅନୁପ ଜଲୋଟା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଖୁବ୍‌ ପ୍ରଶଂସା କରିଛନ୍ତି। ଏହା ସହ ସେ ଆହୁରି ବି କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କୁ ପାକିସ୍ତାନର ଲୋକମାନେ ମଧ୍ୟ ଭଲପାଆନ୍ତି। ପଡୋଶୀ ଦେଶରେ ତାଙ୍କ ଭଳି ଜଣେ ନେତା ଚାହୁଁଛନ୍ତି ବୋଲି ସେ କହିଛନ୍ତି।
ସିଡ୍‌ନିର କୁଡୋସ ବ୍ୟାଙ୍କ ଆରେନାରେ ଅନୁପ ଏପରି ମନ୍ତବ୍ୟ ଦେଇଛନ୍ତି। ଯେଉଁଠାରେ ପ୍ରଧାନମନ୍ତ୍ରୀ ମୋଦୀ ସାଂସ୍କୃତିକ କାର୍ଯ୍ୟକଳାପ ପରେ ଖୁବ୍ ଶୀଘ୍ର ଏକ ସମ୍ପ୍ରଦାୟର କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀଙ୍କ ସହ ସେଠାରେ ନଜର ଆସିବେ ତାଙ୍କ ଅଷ୍ଟ୍ରେଲୀୟ ପ୍ରତିପକ୍ଷ ଆନ୍ଥୋନୀ ଆଲବାନେ।
ଅନୁପ ଜଲୋଟା ନ୍ୟୁଜ୍ ଏଜେନ୍ସି ଏଏନ୍‌ଆଇକୁ ନିଜର ମନ୍ତବ୍ୟ ଦେଇ କହିଛନ୍ତି, ‘ଲୋକମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଖୁବ୍ ଭଲ ପାଆନ୍ତି। ମୋଦୀ ସାରା ବିଶ୍ବରେ ପ୍ରେମ ‌ବାଣ୍ଟିବାରେ ସମର୍ଥ ହୋଇଛନ୍ତି। ଏପରିକି ପାକିସ୍ତାନର ଲୋକଙ୍କୁ ତାଙ୍କୁ ପସନ୍ଦ କରନ୍ତି ଓ ସେ ସବୁଦିନ ପାଇଁ ସ୍ଥାୟୀ ପ୍ରଧାନମନ୍ତ୍ରୀ ପାଲଟି ଯାଆନ୍ତୁ ବୋଲି ସମସ୍ତେ ଚାହାନ୍ତି।’

ତିନି ଦିନିଆ ଅଷ୍ଟ୍ରେଲିଆ ଗସ୍ତ ପାଇଁ ପିଏମ ମୋଦୀ ସୋମବାର ସିଡନୀରେ ପହଞ୍ଚିଛନ୍ତି। ସେ ପାପୁଆ ନ୍ୟୁ ଗୁନିଆ ଏବଂ ଜାପାନ ଯାତ୍ରା କରି ସେଠାରେଜି ସେ ସମ୍ମିଳନୀରେ ଯୋଗ ଦେବା ପରେ ଅଷ୍ଟ୍ରେଲିଆରେ ପହଞ୍ଚିଛନ୍ତି।
ସିଡନୀରେ ପହଞ୍ଚିବା ପରେ ପିଏମ ମୋଦୀଙ୍କୁ ଭାରତୀୟ ସମ୍ପ୍ରଦାୟ ସ୍ୱାଗତ କରିଥିଲା। ସେ ଦେଶର ପ୍ରମୁଖ ବ୍ୟବସାୟୀ ନେତାଙ୍କ ସହ ବୈଠକ କରିଥିଲେ। ବୁଧବାର (ମେ ୨୪) ରେ ପ୍ରଧାନମନ୍ତ୍ରୀ ତାଙ୍କ ଅଷ୍ଟ୍ରେଲୀୟ ପ୍ରତିପକ୍ଷଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ।

nis-ad
Leave A Reply

Your email address will not be published.