ସିଡନିରେ ପହଞ୍ଚିଲେ ମୋଦୀ, ମଙ୍ଗଳବାର ଭାରତୀୟଙ୍କୁ ସମ୍ବୋଧନ କରିବେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନି ଦେଶ ଗସ୍ତର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ଅଷ୍ଟ୍ରେଲିଆରେ ପହଞ୍ଚିଛନ୍ତି । ସିଡନିରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ସେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜଙ୍କ ସହ ଦ୍ବିପାକ୍ଷିକ ସଂପର୍କ ଉପରେ ଆଲୋଚନା କରିବେ । ଉଭୟ ଦେଶ କ୍ବାଡର ସଦସ୍ୟ ହୋଇଥିବାବେଳେ ଚୀନର ବଢିଚାଲିଥିବା ଆଧିପତ୍ୟକୁ ନେଇ ଶଙ୍କିତ ଅଛନ୍ତି । ଏଣୁ ମୋଦୀଙ୍କ ଏହି ଗସ୍ତକୁ ଗୁରୁତ୍ବ ଦିଆଯାଉଛି । ଅଷ୍ଟ୍ରେଲିଆରେ କ୍ବାଡର ଏକ ବୈଠକ ହେବାକୁ ଥିବାବେଳେ ତାହାକୁ ବାତିଲ କରିଦିଆଯାଇଛି ।

ଅନ୍ୟପକ୍ଷରେ ସିଡନିର ହୋଟେଲ ବାହାରେ ଭାରତୀୟ ସମ୍ପ୍ରଦାୟ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ଏହି ଲୋକମାନେ ଅନେକ ଘଣ୍ଟା ଧରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଗମନକୁ ଅପେକ୍ଷା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ସହ ହାତ ମିଳାଇବା ପାଇଁ ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା ଦେଖିବାକୁ ମିଳିଥିଲା ।
ଏଠାରେ ଲୋକମାନେ ପିଏମ ମୋଦିଙ୍କ ଏକ ଝଲକ ପାଇବା ପାଇଁ ବ୍ୟଗ୍ର ଥିଲେ । ଲୋକମାନେ ତାଙ୍କ ସହ ସେଲ୍ଫି ନେବାକୁ ମଧ୍ୟ ଚେଷ୍ଟା କରିଥିଲେ। ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦୀ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିବେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାପୁଆ ନ୍ୟୁଗିନି ଗସ୍ତ ସାରି ସୋମବାର ସିଡନୀରେ ପହଞ୍ଚିଛନ୍ତି। ଏହା ତାଙ୍କ ଗସ୍ତର ତୃତୀୟ ପର୍ଯ୍ୟାୟ। ପ୍ରଥମ ପର୍ଯ୍ୟାୟରେ ସେ ଜି-୭ ଶିଖର ସମ୍ମିଳନୀ ପାଇଁ ଜାପାନର ହିରୋସିମାରେ ପହଞ୍ଚିଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ସେ ପ୍ରଶାନ୍ତ ମହାସାଗରୀୟ ଦେଶ ଗସ୍ତରେ ଯାଇଥିବା ବେଳେ ତୃତୀୟ ପର୍ଯ୍ୟାୟରେ ସେ ଅଷ୍ଟ୍ରେଲିଆରେ ପହଞ୍ଚିଥିଲେ।

nis-ad
Leave A Reply

Your email address will not be published.