ରାଜ୍ୟ ମନ୍ତ୍ରିମଣ୍ଡଳ ଅଦଳବଦଳକୁ ନେଇ ବିଜେପିର ଟାର୍ଗେଟ…

ଭୁବନେଶ୍ୱର: ଆଜି ରାଜ୍ୟର ତିନି ଜଣ ନୂଆ ମନ୍ତ୍ରୀ ଶପଥ ନେଇଥିବାବେଳେ ଏବେ ସେମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି | ବିକ୍ରମ କେଶରୀ ଆରୁଖଙ୍କୁ ଅର୍ଥ ବିଭାଗର ଦାୟିତ୍ୱ ମିଳିଥିବାବେଳେ ସୁଦାମ ମାର୍ଣ୍ଡିଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଓ ଶାରଦା ନାୟକଙ୍କୁ ଶ୍ରମ ବିଭାଗର ଦାୟିତ୍ୱ ମିଳିଛି | ତେବେ ଏହାକୁ ନେଇ ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଟାର୍ଗେଟ କରି କହିଛନ୍ତି ଯେ, ନୂଆ ମନ୍ତ୍ରୀ ପଦ ମିଳିଥିବା ନେତାମାନେ ଦକ୍ଷ ଏବଂ ବରିଷ୍ଠ ବୋଲି କହି ମନ୍ତ୍ରୀ ପଦ ଦିଆଗଲା | ଏମାନେ କଣ ଆଗରୁ ଦକ୍ଷ ନଥିଲେ କି ? ଆଗରୁ କାହିଁକି ବାହାର କରାଯାଇଥିଲା | ଏବେ ପୁଣି କାହିଁକି ମନ୍ତ୍ରୀ କରାଗଲା ବୋଲି ପ୍ରଶ୍ନ କରିଛି ବିଜେପି | ସରକାର ଚଳାଉଛି କିଏ ବୋଲି ନଡ୍ଡା କହିଥିଲେ |

ଆଜି ଯାଏଁ ତାହାର ଉତ୍ତର ଦେଇ ପାରିଲେ ନାହିଁ ସରକାର | ଶିକ୍ଷା ବିଭାଗ ମନ୍ତ୍ରୀଙ୍କୁ ବାହାର କରି ଶିକ୍ଷା ସହ ଖେଳ ଖେଳିଲେ | ଖାଲି ଲୋକଙ୍କୁ ଭ୍ରମିତ କରିବା ପାଇଁ ଏଭଳି କରାଯାଉଛି | ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ପାଇଁ ସମୀର ଦାସଙ୍କୁ ବାହାର କଲେ | ଶ୍ରୀକାନ୍ତ ସାହୁଙ୍କୁ ବାହାର କଲେ | ସରକାର ମାନୁଛନ୍ତି ଏମାନେ ଦୋଷୀ ବୋଲି, ତାହେଲେ କାହିଁକି କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି | ମନ୍ତ୍ରୀ ବଦଳିଲେ ଶାସନ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ | କାରଣ ଏଥିରେ କୌଣସି ନୂତନତ୍ବ ନାହିଁ |

କେତେ ଦିନ ଆଉ ଓଡ଼ିଶା ଲୋକଙ୍କୁ ଦିନରେ ଲଣ୍ଠନ ଦେଖାଇବେ | ଯାହା କରୁଛନ୍ତି କେବଳ ଧର୍ମକୁ ଆଖି ଠାର | ବିଜେପି ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ | ୨୦୨୪ରେ ସରକାର କରିବ ବିଜେପି | ଏଠାରେ ମନ୍ତ୍ରୀଙ୍କର କୌଣସି ଅଧିକାର ନାହିଁ | ମନ୍ତ୍ରୀ ହେଲେ ନୂଆ କଣ କରିବେ | ମନ୍ତ୍ରୀ ମାନେ କେବଳ ରବର ଷ୍ଟାମ୍ପ | ରାଜ୍ୟ ସରକାର ଝୁନଝୁନା ଧରେଇ ଦେଇଛନ୍ତି | ଅସନ୍ତୋଷ ଓ ଅନ୍ତଃ କନ୍ଦଳ ଦୂର କରିବା ପାଇଁ ମନ୍ତ୍ରୀ ପଦ ନାରେ ଝୁନଝୁନା ଧରେଇ ଦେଲେ |

nis-ad
Leave A Reply

Your email address will not be published.