ଡଃ ନୃସିଂହାନନ୍ଦ ମହାପାତ୍ର ପାଇଲେ ବିବେକାନନ୍ଦ ଜାତୀୟ ପୁରସ୍କାର

ଫୁଲବାଣୀ : କନ୍ଧମାଳର ଜଣାଶୁଣା ସାହିତ୍ୟିକ ତଥା ଶିକ୍ଷାବିତ୍ ଡଃ ନୃସିଂହାନନ୍ଦ ମହାପାତ୍ରଙ୍କୁ ସମତା ଜାତୀୟ ସାହିତ୍ୟ ଅନୁଷ୍ଠାନ ନୂଆଦିଲ୍ଲୀ ତରଫରୁ ବିବେକାନନ୍ଦ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି l ନୂଆ ଦିଲ୍ଲି ସ୍ଥିତ ଗୋଲ ମାର୍କେଟ ବଙ୍ଗ ସାଂସ୍କୃତିକ ଭବନ ପରିସର ରେ ଆୟୋଜିତ ସମତା ସାହିତ୍ୟ ଜାତୀୟ ସମ୍ମିଳନୀରେଉପଢୌକନ, ମାନପତ୍ର ଦେଇ ବରେଣ୍ୟ ଅତିଥି ମାନେ ସମର୍ଦ୍ଧିତ କରିଥିଲେ l ଭାରତୀୟ ଦର୍ଶନ ଶାସ୍ତ୍ର ଉପରେ ବିଭିନ୍ନ ପୁସ୍ତକ ଲେଖିଥିବା ହେତୁ ତାଙ୍କୁ ଏହି ସମ୍ମାନ ଜନକ ପୁରସ୍କାର ପ୍ରାପ୍ତ ହେଲା l ଏଥିରେ ଅନୁଷ୍ଠାନର ଜାତୀୟ ସଭାପତି ଡଃ ଟି ଏସ ଟେଣ୍ଡରକର ,ବିଭିନ୍ନ ରାଜ୍ୟର ରାଜ୍ୟ ସଭାପତି ସମେତ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ବହୁ ପ୍ରଫେସର ଉପସ୍ଥିତ ଥିଲେ l ଡଃ ମହାପାତ୍ର ଜଣେ ସୁସାହିତ୍ୟିକ, ସଂଗଠକ , ଶିକ୍ଷାବିତ,ସମାଜସେବୀ ଭାବେ କନ୍ଧମାଳରେ ବେଶ୍ ପରିଚିତ l ସେ କମଳା ପ୍ରକାଶିନୀର ପ୍ରତିଷ୍ଠାତା ସମ୍ପାଦକ ଥିଲା ବେଳେ ସମ୍ବାଦ ସାହିତ୍ୟ ଘର , ଅଖିଳ ଭାରତୀୟ ସାହିତ୍ୟ ପରିଷଦ , ଜିଲ୍ଲା ଲେଖକ ସାମୁଖ୍ୟ , ନିରଞ୍ଜନ ବେଦାନ୍ତ ସେବା ସମିତି, ରୋଟାରୀ କ୍ଳବ୍ ପ୍ରଭୃତି ଅନୁଷ୍ଠାନ ସହ ଜଡ଼ିତ ଅଛନ୍ତି l ଓଡ଼ିଶାର ବିଭିନ୍ନ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ରହିଥିବା ବେଳେ ବିଭିନ୍ନ ଅନୁଷ୍ଠାନ ତରଫରୁ ବହୁ ସମ୍ମାନରେ ସମର୍ଦ୍ଧିତ ହୋଇଛନ୍ତି l ତାଙ୍କର କୋଡ଼ିଏରୁ ଉର୍ଦ୍ଧ୍ ପୁସ୍ତକ ରଚତ ଓ ପ୍ରକାଶିତ ହୋଇ ବେଶ୍ ପାଠକୀୟ ଆଦୃତି ଲାଭ କରିଛି l ତାଙ୍କର ଏହି ସମ୍ମାନ ପାଇଁ ବିଭିନ୍ନ ସାହିତ୍ୟିକ ଓ ବୁଦ୍ଧିଜୀବୀ ମାନେ ଶୁଭେଚ୍ଛା ପ୍ରଦାନ କରିଛନ୍ତି l

nis-ad
Leave A Reply

Your email address will not be published.