ସମ୍ପତ୍ତି ବ୍ୟାଜପ୍ତ ପରେ ହତ୍ୟାକାଣ୍ଡରେ ସଂପୃକ୍ତ ଅପରାଧୀ ଶଙ୍କର ବେହେରା ଓରୋଫ କୋକୋ କୁ ଗିରଫ କଲା ପୋଲିସ…

ପରିବାର ସହିତ ଦେଖା କରିବାକୁ ଆସି ପୋଲିସ ଜାଲ ରେ ଫସିଲା…

ବ୍ରହ୍ମପୁର :ଦୁଇ ଦିନ ତଳେ ମାନ୍ୟବର ସେସନ୍ କୋର୍ଟ ଙ୍କ ନିର୍ଦ୍ଦେଶ କ୍ରମେ ଶଙ୍କର ବେହେରାର ନେହେରୁ ନଗର ସ୍ଥିତ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତି କୁ ଜବତ କରିଥିଲା ବ୍ରହ୍ମପୁର ପୋଲିସ । ଏହାର ଖବର ପାଇ ଶଙ୍କର ଗତକାଲି ବିଳମ୍ବିତ ରାତ୍ରୀରେ ପରିବାର ସଦସ୍ୟଙ୍କୁ ଦେଖା କରିବାକୁ ଆସିଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଗୋଷାଣୀନୂଆଁଗାଁ ପୋଲିସ ଶଙ୍କର କୁ ଆଜି ସକାଳୁ ଗିରଫ କରିବାରେ ଆଜି ସକାଳୁ ସଫଳ ହୋଇଚି । ଶଙ୍କର ବେହରା ୨୦୦୬ ମସିହା ଅକ୍ଟୋବର ମାସରେ ବ୍ରହ୍ମପୁର ରେଳ ଷ୍ଟେସନ କାଳୀ ମନ୍ଦିର ନିକଟରେ ହୋଇଥିବା ଗଣେଶ ସାହୁ ହତ୍ୟାକାଣ୍ଡରେ ସଂପୃକ୍ତ ଥିଲା । ପୁଣି ୨୦୧୩ମସିହାରେ ଅନ୍ୟଏକ ହତ୍ୟାକାଣ୍ଡରେ ସମ୍ପୃକ୍ତି ଥାଇ ଗିରଫ ହୋଇଥିଲା ଶଙ୍କର।ତେବେ ସେ୨୦୧୬ ମହିହାରେ ଜାମିନ ରେ ମୁକୁଳି ଥିଲା।କିନ୍ତୁ ତାହାପରେ ସେ କେବେବି କୋର୍ଟରେ ହାଜର ହୋଇନଥିଲା।ପରେ ମାନ୍ୟବର କୋର୍ଟ ତା ନାଁ ରେ ଜାମିନ ବିହୀନ ପରୱାନା ଜାରି କରିଥିଲେ ୨୦୧୯ ମସିହାରେ।ସେହି ଦିନ ଠାରୁ ପୋଲିସ ତାକୁ ଖୋଜୁଥିଲା।ପରେ ଗୋସାଇନୁଆଁ ଗାଁ ପୋଲିସ ପକ୍ଷରୁ ତାର ସ୍ଥାବର, ଅସ୍ଥାବର ସମ୍ପତ୍ତି ବ୍ୟାଜପ୍ତ ନିମନ୍ତେ ମାନ୍ୟବର ସେସନ କୋର୍ଟରେ କୁ ନିବେଦନ କରାଯାଇଥିଲା।ମାନ୍ୟବର କୋର୍ଟ ଗ୍ରହଣ କରିବା ସହିତ ଗତ୧୯”ରାରିଖରେ ପୋଲିସ ପକ୍ଷରୁ ସମ୍ପତ୍ତି ବ୍ୟାଜପ୍ତ କରାଯାଇଥିଲା।ଏହାର ଖବର ପାଇ ଶଙ୍କର ଘରକୁ ଆସିଥିବା ପୋଲିସ କୌଣସି ବିଶେଷ ସୂତ୍ରରୁ ଖବର ପାଇଁ ସ୍ଥାନୀୟ ଗୋଶାଣୀ ନୁଆଁ ପୋଲିସ ଶଙ୍କର ବେହରା କୁ ଗିରଫ କରିଛି

nis-ad
Leave A Reply

Your email address will not be published.