ବାଲି ମାଫିଆଙ୍କ କବଳରେ ଆସିକା : ମାଲ ଖାଇ ପ୍ରଶାସନ ସାଜିଛି ଧୃତରାଷ୍ଟ…

ସୂଚନା ଆଇନ କୁ ଆସ୍କା ତହସିଲ ଫୁ…!


ବ୍ରହ୍ମପୁର : ଆସିକା ସହର ର ଉଭୟ ପାର୍ଶ୍ୱରେ ପ୍ରଭାହିତ ଋଷୁକୁଲ୍ୟ ଓ ବଦନଦୀ ଏହି ଦୁଇ ନଦୀର ବାଲି ର ଚାହିଦା କେବଳ ଗଞ୍ଜାମ ଜିଲ୍ଲା ନୁହଁ ବାହାର ରାଜ୍ୟ ରେ ରହିଛି ଏହାର ଚାହିଦା । ଗଞ୍ଜାମ ଜିଲ୍ଲାର ବାଲି ବାହର ରାଜ୍ୟରେ ସୁନା ଏହାର ସୁଯୋଗ ନେଇ କେତେକ ରାଜ ନେତା, ସମାଜସେବୀ ଓ ବାଲି ମାଫିଆ ମାନେ ସେମାନଙ୍କ ନିଜ ସମର୍ଥକ ମାନଙ୍କ ନାମରେ ଆସ୍କା ରାଜସ୍ୱ ବିଭ।ଗ ଅଧିନ ରେ ଥିବା ବାଲିଘାଟ ନେଇ ଦୈନିକ ପ୍ରାୟ ତିରିଶି ଲକ୍ଷ ଟଙ୍କାରୁ ଅଧିକ ଆଦାୟ କରୁଥିବା ସାଧାରଣ ରେ ଆଲୋଚନା ହେଉଛି। ସରକାରଙ୍କ ରାଜସ୍ୱ ଠକିବା ବାଲି ମାଫିଆଙ୍କ ଏବେ ବଡଧରଣର ଅର୍ଥ ଉପାର୍ଜନ ର ପନ୍ଥା ପାଲଟି ଯାଇଛି। ଆସ୍କା ତହସିଲ ଅଧୀନ ରେ ଥିବା ଉଭୟ ନଦୀ ରେ ବାଲି ମାଫିଙ୍କ ଗୁଣ୍ଡା ର।ଜ ଚାଲି ଥିବା ଦେଖିବାକୁ ମିଳୁଛି।ଏହାକୁ ନେଇ ରାଜସ୍ୱ ବିଭାଗ ପଦାଧିକାରୀ ଚୁପ ହୋଇ ବସିଛନ୍ତି।ଏଠାକାର ସାଧାରଣ ଲୋକେ ପାଉନାହାନ୍ତି ବାଲି, କିନ୍ତୁ ସରକାରୀ ନିୟମ କୁ ବେଖାତିର କରି ନଦୀରେ,ବାଲି ହେଉଛି ଖାଲି ।ତାହା ପୁଣି ବଡ଼ ବଡ଼ ଜେ ସି ବି ଏବଂ ହିଟାଚି ଭଳି ମେସିନ ରେ ହାଇବା ,ଟ୍ରକ ଓ ଟ୍ରାକ୍ଟର ରେ ବାଲି ହେଉଛି ଲୋଡିଙ୍ଗ ଯାହା ଦ୍ୱ।ରା ସ୍ଥାନୀୟ ଶ୍ରମିକ କାମ ବି ପାଉନାହାନ୍ତି, ବାଧ୍ୟ ହେଉଛନ୍ତି ଦାଦନ ଖଟିବାକୁ।ଯାହା ସୂଚନା ଥାଉକି ଆସ୍କା ଅଂଚଳର ବହୁ ଶ୍ରମିଜ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲି ଯାଉଛନ୍ତି।ବାଲି ମାଫିଆ ମାନେ ରାଜନୈତିକ ନେତା କୁ ବାଲି ଚାଲାଣ ରେ ଭାଗ ମିଶାଇ ଅଧିକାରୀ ଙ୍କ ଉପରେ ଚାପ ପ୍ରୟୋଗ କରି ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ଦିନ ଦିପହର ଲୁଟୁଛନ୍ତି। ଏହା ପୁଣି ସରକାର ଙ୍କ ରାଜସ୍ବ ନିୟମ କୁ ଫୁ କରି ନଦୀ ରୁ ବାଲି ଚୋରା ଚାଲାଣ କରାଯାଉଛି।ଯେତିକି ଟଙ୍କା ରେ ବର୍ଷକୁ ଲିଜ ଦିଆଯାଇଛି ବାଲି ମାଫିଆ ମାନେ ପ୍ରତିମାସରେ ସେତିକି ଆଦାୟ କରୁଛନ୍ତି।ସରକାର ଯେଉଁ ସବୁ ବାଲି ଘାଟ ଲିଜକୁ ଦେଉଛନ୍ତି ,ସେଠାରେ ସି ସି କେମେରା ଲଗାଇଲେ ଦୈନିକ ସେହି ଘାଟରୁ କେତେ ବାଲି ଚାଲାଣ ହେଉଛି ଧରା ପଡିବା ସହ ସରକାର ଙ୍କ କୋଟି କୋଟି ଟଙ୍କାର ରାଜସ୍ୱ ଆଦାୟ ହୋଇ ପାରନ୍ତା ବୋଲି ସାଧରଣ ରେ ଆଲୋଚନା ହେଉଛି।ଜଉ ଭଳି ଭାବରେ ଏଠାକାର ବାଲି ମାଫିଆ ମାନେ ଚଢ଼ା ଦରରେ ବାଲି ବିକ୍ରି କରି ନିଜ ସ୍ୱପ୍ନର କୋଠା ପରେ କୋଠା ନିର୍ମାଣ କାରୀ ମାଲ ମାଲ ହେଥିବା ବେଳେ ସାଧାରଣ ଜନତା ସରକାରଙ୍କ ଦ୍ଵ।ରା ପାଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଘର ଖଣ୍ଡି ଏ ତିଆରି କରିବା ପାଇଁ ସମର୍ଥ ହୋଇ ପାରୁ ନାହାନ୍ତି।ଆସ୍କା ତହସିଲ ଅଂଚଳରେ ଥିବା ବାଙ୍ଗରଡା, ଧନିଜା,ମଙ୍ଗଳପୁର,ଜଗଦଲପୁର ଓ ଆସ୍କା ବିଜୁପଟ୍ଟନାୟକ ଛକ ନିକଟ ବଦନଦୀ ଘାଟରୁ ଦୈନିକ ପ୍ରାୟ ତିରିସି ଲକ୍ଷ ଟଙ୍କାର ବାଲି ଚାଲାଣ ହେଉଥିବା ଦେଖିବାକୁ ମିଳୁଛି।ଏହି ସବୁ ଘାଟ କୁ କେତେ ଟଙ୍କା ରେ ବର୍ଷକୁ ଲିଜ ଦିଆହୋଇଛି ଖୋଦ ଗଞ୍ଜାମ ଜିଲ୍ଲାପାଳ ଓ ରାଜ୍ୟସରକାର ତଦନ୍ତ କଲେ ସବୁ ଦୁର୍ନୀତି ରହସ୍ୟ ଲୋକ ଲୋଚନକୁ ଆସିବା ସହ ସରକାରଙ୍କ କୋଟି କୋଟି ଟଙ୍କାର ଠକାମୀ ଜଣା ପଡିବ ବୋଲି ସାଧାରଣ ରେ ଆଲୋଚନା ହେଉଛି। ଆସ୍କା ଅଂଚଳରେ ପୋଲିସ କିମ୍ବା ରାଜସ୍ବ ବିଭଗ ପକ୍ଷରୁ ବାରମ୍ବାର ଚଢ଼ାଉ ହେଲେ ଏହି ସବୁ ବାଲି ବ୍ୟବସାୟ ରେ ସମ୍ପୃକ୍ତ ଥିବା ଆସ୍କା ଅଂଚଳର ନିଜକୁ ସମାଜସେବୀ ଯୁବନେତାଓ ରାଜ ନେତା ମାନଙ୍କ ଅସଲ ମୁଖା ଖୋଲି ଯିବା ସହିତ ରାଜ୍ୟ ସରକାରଙ୍କ ରାଜସ୍ୱ କ୍ଷତିକୁ ରୋକା ଯାଇ ପାରନ୍ତା ବୋଲି ବୁଦ୍ଧି ଜୀବି ଓ ସାଧାରଣ ରେ ଦାବୀ ହେଉଛି l ଏହି ପରିପେକ୍ଷୀରେ ଆସ୍କା ତହସିଲଦାର ଙ୍କୁ ସୂଚନା ଆଇନ ରେ ତଥ୍ୟ ମଗା ଯାଇଛି କିନ୍ତୁ ଇତି ମଧ୍ୟରେ ୨ ମାସ ବିତିଗଲାଣି କିନ୍ତୁ ସୂଚନା ମିଳୁନି, କିନ୍ତୁ ତଥ୍ୟ ନଦେବାକୁ ଗୋଟିଏ ବାହାନର ପନ୍ଥା ଆସ୍କା ତହସିଲଦାର ନେଇଛନ୍ତି ଯାହାକି ସୂଚନା ର କୌଣସି ତଥ୍ୟ ନଦେଇ ଗୋଟିଏ ଚିଠି ମାଧ୍ୟମରେ ସୂଚନା ଆଇନ ରେ ତଥ୍ୟ ମାଗି ଥିବା ବ୍ୟକ୍ତିଙ୍କୁ ଆଶାତିତ ଟଙ୍କା ଡିପୋଜିଟ କରିବାକୁ କୁହନ୍ତି ଯାହାକି ବ୍ୟକ୍ତି ପାଇଁ ଅସମ୍ଭବ ହୋଇ ଯାଏ ଏହି ଭଳି ନାଲି ଆଖି ଦେଖାଇ ରାଜସ୍ବ ହରିଲୁଟ କରୁଛନ୍ତି, ତେଣୁ ରାଜ୍ୟସରକାର ଆସ୍କା ତହସିଲଦାର ଓ ଏଠାରେ କାର୍ଯ୍ୟରତ କର୍ମଚାରୀ ମାନଙ୍କୁ ବିଜିଲାନ୍ସ ପରିସର ଭୁକ୍ତ କରି ତଦନ୍ତ କରାଯିବାକୁ ଦାବୀ ହେଉଛି କାରଣ ଏଠାକାର କର୍ମଚାରୀ ମାନେ ଗୋଟିଏ ଗୋଟିଏ କୁବେର କହିଲେ କିଛି ଭୁଲ ହେବ ନାହିଁ l ସୂଚନା ଥାଉକି ଏହି ଅଞ୍ଚଳ ରେ ଥିବା ବାଲି ମାଫିଆ ମାନେ କେବଳ ବାଲି ନୁହଁ ସରକାରଙ୍କ GST ମଧ୍ୟ ଫାଙ୍କୁଥିବା ନଜିର ରହିଛି l ତେଣୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଏଥି ପ୍ରତି ଧ୍ୟାନ ଦେବା କୁ ସାଧାରଣ ଓ ବୁଦ୍ଧି ଜୀବି ମାହୋଲ ରୁ ଦାବୀ ହେଉଛି…

nis-ad
Leave A Reply

Your email address will not be published.