ଲଣ୍ଡନ ପଳାଅ ନଚେତ୍ ଫାଶୀ ପାଇଁ ପ୍ରସ୍ତୁତ ରୁହ : ଇମ୍ରାନଙ୍କ ଉପରେ ବଢୁଛି ସେନାର ଚାପ

ଇସଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ସୁପ୍ରିମ୍ କୋର୍ଟରୁ ଆଶ୍ୱସ୍ତି ପାଇବା ସତ୍ତ୍ୱେ ତାଙ୍କ ସମସ୍ୟା ବଢିବାରେ ଲାଗିଛି । ତାଙ୍କ ଉପରେ ପାକିସ୍ତାନ ସରକାର ଓ ସେନାର ନିୟନ୍ତ୍ରଣ କଠୋର ହେବାରେ ଲାଗିଛି । କେତେକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ତାଙ୍କୁ ଲଣ୍ଡନ ପଳାୟନ କରିବା ସୁଯୋଗ ଦିଆଯିବ, ନତେଚ ଫାଶୀ ପାଇଁ ପ୍ରସ୍ତୁତ ରହିବାକୁ କୁହାଯିବ ।
ଲାହୋରର ଜମାନ ପାର୍କରେ ଥିବା ଇମ୍ରାନଙ୍କ ବାସଭବନକୁ ପୁଲିସ ଘେରାଉ କରିବା ସହ ଏହି ଅଞ୍ଚଳକୁ ଏକ ଛାଉଣୀରେ ପରିଣତ କରିଦେଇଛି । ଘର କୁ ଯିବା ପାଇଁ ସମସ୍ତ ରାସ୍ତା ଅବରୋଧ କରାଯାଇଛି । ଏହି ଅଞ୍ଚଳରେ ବିଜୁଳି ସଂଯୋଗ ମଧ୍ୟ ବିଚ୍ଛିନ୍ନ ହୋଇଛି ।
ଇମ୍ରାନଙ୍କ ଘରେ ୩୦ରୁ ୪୦ ଜଣ ଆତଙ୍କବାଦୀ ଆଶ୍ରୟ ନେଇଥିବା ସରକାର ଅଭିଯୋଗ କରିଛନ୍ତି । ସେପଟେ ଶାହବାଜ ସରକାର ତାଙ୍କୁ ଲଣ୍ଡନ ପଳାଇ ବା ଆର୍ମି ଆକ୍ଟର ସମ୍ମୁଖୀନ ହୋଇ ଆଜୀବନ କାରାଦଣ୍ଡ କିମ୍ବା ଫାଶୀ ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଥିବା ଖବର ସାମ୍ନାକୁ ଆସୁଛି । କୁହାଯାଉଛି ଯେ ଇମ୍ରାନ୍ ନିଜ ଘରେ ନିଜ ଦଳର ନେତାଙ୍କ ସହ ଏହି ବିକଳ୍ପ ଉପରେ ମଧ୍ୟ ବିଚାର କରୁଛନ୍ତି ।

ପାକିସ୍ତାନ ସେନା ଓ ଇମ୍ରାନ ଖାନଙ୍କ ମଧ୍ୟରେ ତିକ୍ତତା ଯଥେଷ୍ଟ ବୃଦ୍ଧି ପାଇଛି । ମେ ୯ ରେ ଇମ୍ରାନ ଗିରଫ ହେବା ପରେ ପିଟିଆଇ ସମର୍ଥକଙ୍କ ଦ୍ୱାରା ସେନା ପ୍ରତିଷ୍ଠାନ, ସାର୍ବଜନୀନ ସ୍ଥାନ ଉପରେ ହୋଇଥିବା ଆକ୍ରମଣକୁ ନେଇ ସେନା ଅସନ୍ତୋଷ ପ୍ରକାଶ କରିଛି । ସେମାନଙ୍କ ବିରୋଧରେ ଆର୍ମି ଆକ୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେନା ପକ୍ଷରୁ କୁହାଯାଇଛି ।

nis-ad
Leave A Reply

Your email address will not be published.