ସାହାଯ୍ୟକାରୀକୁ ସାହାଯ୍ୟ

ଫୁଲବାଣୀ :  ଆଜି କିଟ୍‌ ଓ କିସର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡାଃ ଅଚ୍ୟୁତ ସାମନ୍ତଙ୍କ ନିଜସ୍ଵ କାର୍ଯ୍ୟ କ୍ରମ ୧୦ମ ଆର୍ଟ ଅଫ ଗିଭିଙ୍ଗ କନ୍ଧମାଳର ପ୍ରତି ବ୍ଲକ ସହ ଫୁଲବାଣୀ ପୌର ପରିଷଦରେ ପାଳିତ ହୋଇଯାଇଛି । ଯେଉଁମାନେ ପ୍ରତିଦିନ ସମାଜକୁ ସାହାଯ୍ୟ କରୁଛନ୍ତି ସେମାନଙ୍କୁ ସାହାଯ୍ୟ କରିବା ଆଜିର କାର୍ଯ୍ୟକ୍ରମର ଆହ୍ଵାନ ଥିଲା । ସେହି କ୍ରମରେ ଆଜି ସକାଳୁ ପ୍ରଥମେ ଭିକ୍ଷୁକ ମାନଙ୍କ ଠାରୁ ଆରମ୍ଭ କରି ମାନ୍ୟବର କନ୍ଧମାଳ ସାଂସଦଙ୍କ ଦ୍ଵାରା ପଠାଯାଇଥିବା ଉପହାର ପ୍ରଦାନ କରଯାଇଥିଲା । ପରେ ଅଟୋ ଡ୍ରାଇଭର , ଭଣ୍ଡାରି , ଅଙ୍ଗନବାଡି କର୍ମୀ, ଆଶା କର୍ମୀ , 108 ଓ ଏମ୍ବୁଲେନ୍ସ ଡ୍ରାଇଭର ଓ କୋଭିଡ ବେଳେ ଜୀବନକୁ ବାଜି ଲଗାଇ କୋଭିଡରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କୁ କନ୍ଧମାଳ ସାଂସଦ  ପଠାଇଥିବା ଉପହାର ଦିଆଯାଇଥିଲା । ସନ୍ଧ୍ୟା ରେ ସ୍ଥାନୀୟ ଗାନ୍ଧିସ୍ମୃତି ଭବନଠାରେ ଆର୍ଟ ଓଫ ଗିଭିଙ୍ଗ ଦିବସକୁ ପାଳନ କରଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ  ଫୁଲବାଣୀ  ବିଧାୟକ ଅଙ୍ଗଦ କହଁର, ମୁଖ୍ୟ ଅତିଥି ଭାବେ ଓ ଉପ ଜିଲ୍ଲାପାଳ ସେସଦେବ ମିଶ୍ର , ଡ଼ିଏସପି ପ୍ରଶାନ୍ତ କୁମାର ଦାସ ,ସଂମ୍ମାନିତ ଅତିଥି ଭାବେ ଏବଂ  କନ୍ଧମାଳ ଆର୍ଟ ଓଫ ଗିଭିଙ୍ଗର ସଭାପତି ଜଳନ୍ଧର ବେହେରା ଓ କିସ ର ଜିଲ୍ଲା ସଂଯୋଜକ ଭାଗୀରଥୀ ଶେଠୀ  ଉପସ୍ଥିତ ଥିଲେ । ଅନ୍ୟକୁ ଖୁସି କରିବା ପାଇଁ ଦାନ ଏହି ମହତ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ,ଏହି କାର୍ଯ୍ୟ କ୍ରମକୁ କନ୍ଧମାଳରେ କାର୍ଯ୍ୟରତ କିସ ଓ କଳିଙ୍ଗ ଟିଭି ର କର୍ମଚାରୀ ମାନେ ସହଯୋଗ ଓ ପରିଚାଳନା କରିଥିଲେ ।

nis-ad
Leave A Reply

Your email address will not be published.