ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ ହେଉଛି ଅନ୍ତର୍ଜାତୀୟ ଆର୍ଟ ଅଫ ଗିଭିଂ ଦିବସ

ଭୁବନେଶ୍ବର: ଆଜି ହେଉଛି ବିଶ୍ୱ ଆର୍ଟ ଅଫ ଗିଭିଂ ଡେ। ପୁରୀ ଜିଲ୍ଲା ପିପିଲିରେ ଦଶମ ଆର୍ଟ ଅଫ୍‌ ଗିଭିଂ ଡେ’ ପାଳିତ ହୋଇଛି । ଏହି ଅବସରରେ ନିମାପଡ଼ା ଛକରୁ ଏକ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରିଥିଲା । ଶୋଭାଯାତ୍ରାରେ ଅଞ୍ଚଳର ଯୁବକ, ଯୁବତୀ, ମହିଳା ଆଶା କର୍ମୀ ମାନେ ସାମିଲ ହୋଇ ହାଟଛକ ଠାରେ ପହଞ୍ଚିଥିଲେ । ସେଠାରେ ଏକ ସଭାର ଆୟୋଜନ କରାଯାଇଥିଲା । ସଭାରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ପୂର୍ବତନ ଅଧ୍ୟକ୍ଷା ଶୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ, ସମାଜବାଦୀ ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ ଯୋଗଦେଇଥିଲେ ।

ଏହି ଅବସରରେ ସମାଜସେବୀ କ୍ଷେତ୍ରରେ ପ୍ରଫେସର ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଜୀବନ ବ୍ୟାପୀ ତ୍ୟାଗ ସଂଘର୍ଷ ଏବଂ ବଳିଦାନ ସମ୍ପର୍କରେ ଆଲୋଚନା ହୋଇଥିଲା । ଆଜିର ଦିନରେ ଅନ୍ୟକୁ ଉପହାର ଦେବାକୁ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଶେଷରେ ସମାଜସେବୀ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ଛାତ୍ରଛାତ୍ରୀଙ୍କୁ ଉପହାର ବଣ୍ଟାଯାଇଥିଲା ।

nis-ad
Leave A Reply

Your email address will not be published.