୧୮ତାରିଖରେ ଲୋକାର୍ପିତ ହେବ ବନ୍ଦେ ଭାରତ ଏକ୍ସପ୍ରେସ…

ଭୁବନେଶ୍ୱର : ସପ୍ତାହରେ ୬ ଦିନ ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ୍‌। ୧୮ତାରିଖରେ ଲୋକାର୍ପିତ ହେବ ବନ୍ଦେ ଭାରତ ଏକ୍ସପ୍ରେସ। ଭିଡିଓ କନ୍‌ଫରେନ୍‌ସିଂରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଶୁଭାରମ୍ଭ କରିବେ। ପୁରୀ ରେଳଷ୍ଟେସନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୁରୀ ସାଂସଦ, ବିଧାୟକ, ପୂର୍ବତଟ ରେଳବାଇର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ।

ଏଥିସହ ପୁରୀ ଓ କଟକ ଷ୍ଟେସନର ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ,ସମ୍ବଲପୁର- ଟିଟିଲାଗଡ଼ ଡବଲ ଲାଇନ, ଅନୁଗୁଳ-ସୁକିନ୍ଦା ରେଳପଥର ନୂଆ ଲାଇନ ଆଦି ପ୍ରକଳ୍ପ ଆରମ୍ଭ ହେବ। ବନ୍ଦେ ଭାରତ ଏକ୍ସପ୍ରେସର ଲୋକାର୍ପଣ ନେଇ ପୁରୀ ରେଳଷ୍ଟେସନରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି ଓଡ଼ିଶା ପୋଲିସ, ଆରପିଏଫ୍‌ ଓ ଜିଆରପି। ଆଜି ବନ୍ଦେ ଭାରତ ଏକ୍ସପ୍ରେସ ପୁରୀରୁ ଭଦ୍ରକ ଯାଏଁ ଡ୍ରାଏ ରନ୍‌ କରିଛି।

ପୁରୀରୁ ଖୋର୍ଦ୍ଧା ଘଣ୍ଟା ପ୍ରତି ୧୧୦ କିମି ଓ ଖୋର୍ଦ୍ଧା ପରଠାରୁ ୧୩୦ କିମି ବେଗରେ ଗତି କରିବ ବନ୍ଦେ ଭାରତ ଏକ୍ସପ୍ରେସ। ୧୮ ତାରିଖ ଦିନ ୧୨ଟା୦୫ ରେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ରେଳ ମନ୍ତ୍ରୀ ସବୁଜ ପତାକା ଦେଖାଇ ଟ୍ରେନର ଶୁଭାରମ୍ଭ କରିବେ। ଗତ ଏପ୍ରିଲ ୨୮ ତାରିଖରେ ପୁରୀ- ହାୱଡା ଟ୍ରାଏଲ ରନ୍‌ ସଫଳତାର ସହ ଶେଷ ହୋଇଛି।

nis-ad
Leave A Reply

Your email address will not be published.