ସଚିନଙ୍କ ରେକର୍ଡ ଭାଙ୍ଗିଲେ ଗୁଜୁରାଟ ଟାଇଟନ୍ସ ବ୍ୟାଟ୍ସମ୍ୟାନ ଶୁଭମନ ଗିଲ

ନୂଆଦିଲ୍ଲୀ: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ସୋମବାର ଖେଳାଯାଇଥିବା ଆଇପିଏଲ ୨୦୨୩ର ୬୨ ତମ ମ୍ୟାଚରେ ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଗୁଜୁରାଟ ଟାଇଟନ୍ସ ବ୍ୟାଟ୍ସମ୍ୟାନ ଶୁଭମନ୍‌ ଗିଲ ୫୮ ବଲ୍‌ରୁ ଶତକ (୧୦୧ ରନ୍‌, ୫୮ ବଲ୍, ୧୩ ଚୌକା, ୧ ଛକା) ଅର୍ଜନ କରିଥିଲେ | ତେବେ ଏହି ଶତକ ପରେ ଶୁଭମନ ଗିଲ ଭେଟେରାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଏକ ସ୍ୱତନ୍ତ୍ର ରେକର୍ଡ ଭାଙ୍ଗିଛନ୍ତି। ୧୩ଟି ଚୌକା ଓ ୧ ଛକା ସହାୟତାରେ ଗିଲ ୫୮ ବଲରେ ୧୦୧ ରନ୍ ସ୍କୋରିଂ କରିଥିଲେ | ତେବେ କୌଣସି ଛକା ନ ମାରି ମାତ୍ର ୨୨ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଏହା ସହ ସେ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଥିଲେ। ପ୍ରକୃତରେ, ଶୁଭମନ ଗିଲ ଆଇପିଏଲ ଇତିହାସରେ ପ୍ରଥମ ବ୍ୟାଟ୍ସମ୍ୟାନ୍ ହୋଇପାରିଛନ୍ତି ଯିଏକି ବିନା ଛକାରେ ଦ୍ରୁତତମ ଅର୍ଦ୍ଧଶତକ ପୂରଣ କରିପାରିଛନ୍ତି |
ପୂର୍ବରୁ ଏହି ରେକର୍ଡ ସଚିନ ତେନ୍ଦୁଲକରଙ୍କ ନାମରେ ଥିଲା। ଆଇପିଏଲ୍ ୨୦୧୦ ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଥିବା ସଚିନ୍ ତେନ୍ଦୁଲକର ଦିଲ୍ଲୀ ଡେୟାରଡେଭିଲ୍ସ ବିପକ୍ଷ ମ୍ୟାଚରେ ବିନା ଛକାରେ ୨୩ଟି ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ। ବର୍ତ୍ତମାନ ଗୁଜୁରାଟ ଟାଇଟନ୍ସର ବ୍ୟାଟ୍ସମ୍ୟାନ୍ ଶୁଭମନ ଗିଲ ଏହି ରେକର୍ଡ ହାସଲ କରିଛନ୍ତି। ଉଲ୍ଲେଖ ଥାଉ କି ଆଇପିଏଲ ୨୦୨୩ରେ ଏପର୍ଯ୍ୟନ୍ତ ସେ ୧୩ଟି ମ୍ୟାଚରେ ୫୭୬ ରନ୍ ସଂଗ୍ରହ କରିଛନ୍ତି | ଏହି ସମୟ ମଧ୍ୟରେ, ସେ ଏକ ଶତକ ବ୍ୟତୀତ ୪ଟି ଅର୍ଦ୍ଧଶତକ ମଧ୍ୟ କରିଛନ୍ତି |

nis-ad
Leave A Reply

Your email address will not be published.