କୁକୁଡାଖଣ୍ଡି ସରସ୍ବତୀ ଶିଶୁ ମନ୍ଦିରରେ ବନ୍ଧୁ ମିଳନ

କୁକୁଡାଖଣ୍ଡି (୧୫.୦୫) : କୁକୁଡାଖଣ୍ଡି ସରସ୍ବତୀ ଶିଶୁ ମନ୍ଦିର ର ସଭାଗୃହରେ ପୁରାତନ ଛାତ୍ରଛାତ୍ରୀ ଓ ଗୁରୁଜୀ ମାନଙ୍କୁ ନେଇ ଏକ ଵନ୍ଧୁ ମିଳନ ଅନୁଷ୍ଠିତ ହୋଇଥିଲା । ସମ୍ମାନିତ ଅତିଥି ରୂପେ ଗଞ୍ଜାମ ସଂଭାଗର ସଂଯୋଜକ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ଓ ବ୍ରହ୍ମପୁର ଗଜପତି ନଗର ଶିଶୁ ଵିଦ୍ୟା ମନ୍ଦିର ର ସଭାପତି ରାମ ବାଵୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଟଲ ଲିଙ୍ଗରାଜ, ଗୋପାଳ ପାଢ଼ୀ, ତଥା ଅନେକ ପୁରାତନ ଗୁରୁଜୀ ଗୁରୁମା ମାନେ ଉପସ୍ଥିତ ଥିଲେ । ପୁରାତନ ଛାତ୍ର ଛାତ୍ରୀ ମାନେ ପୁରାତନ ଓ ନୂତନ ଗୁରୁଜୀ ଓ ଗୁରୁମା ମାନଙ୍କୁ ଉପଢୈ।କନ ପ୍ରଦାନ କରିଥିଲେ । ଉଭୟ ଛାତ୍ର ଛାତ୍ରୀ ଓ ଗୁରୁଜୀ ଗୁରୁମା ମାନେ ନିଜର ଅଭୂଲା ସ୍ମୃତି କୁ ମନେ ପକାଇଥିଲେ । ସଭାକୁ ସଫଳ କରାଇବା ପାଇଁ ପ୍ରଧାନ ଆଚାର୍ଯ୍ୟ ନାରାୟଣ ସାହୁ ସମେତ ସମସ୍ତ କାର୍ଯ୍ୟରତ ଗୁରୁଜୀ ଗୁରୁମା ମାନେ ଓ ପରିଚାଳନା କମିଟିର ସଭାପତି ଓ ସମ୍ପାଦକ ଡ଼ଃ ବି. ଶିଵାଜୀ ପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।

nis-ad
Leave A Reply

Your email address will not be published.