ପୁରୀରୁ ଫେରୁଥିବା ବେଳେ କାରକୁ ଧକ୍କା ଦେଲା ଟ୍ରକ, ୪ ଗୁରୁତର

ସୋର : ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ୧୬ ନମ୍ବର ଜାତୀୟ ରାଜପଥ ମଇତାପୁର ଜଗନ୍ନାଥ ରାଇସ ମିଲ୍‌ ନିକଟରେ ଦୁର୍ଘଟଣା । କାର୍‌ ସହ ଟ୍ରକର ଧକ୍କା । ଏହି ଦୁର୍ଘଟଣାରେ ଚାରି ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ଗତକାଲି ସୋର ପୌରପାଳିକା ଅନ୍ତର୍ଗତ ରାଇପୁର ଗ୍ରାମର ମଙ୍ଗଳପୁର ଜନlର୍ଦ୍ଦନ ଉଚ୍ଚ ବିଦ୍ୟାପୀଠର ପୂର୍ବତନ ପ୍ରଧାନ ଶିକ୍ଷକ ବାସୁକୃଷ୍ଣ ମହାପାତ୍ର, ଦହିପୁର ଗ୍ରାମର ଚୈତନ୍ୟ ପ୍ରଧାନ, ବିଦୁ ଅଞ୍ଚଳର ଜୟନ୍ତ ପଟ୍ଟନାୟକ, ପଢୁଆଁ ବାରାପୁର ଗ୍ରାମର ଉମାକାନ୍ତ ମଲ୍ଲିକ କାର ଯୋଗେ ପୁରୀରୁ ଫେରୁଥିଲେ। ଏହି ସମୟରେ ଜଗନ୍ନାଥ ରାଇସ୍‌ ମିଲ୍‌ ନିକଟରେ ଏକ ଟ୍ରକ ସହ କାର୍‌ ଧକ୍କା ହୋଇଥିଲା । ଫଳରେ ଚାରି ଜଣ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ଏକ 108 ଆମ୍ବୁଲାନ୍ସରେ ସୋର ମେଡ଼ିକାଲରେ ଭର୍ତ୍ତି କରିଥିଲେ । ସେଠାରେ ବାସୁକୃଷ୍ଣ ମହାପାତ୍ରଙ୍କ ଅବସ୍ଥା ଅତି ଗୁରୁତର ଥିବାରୁ ଡାକ୍ତର ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

nis-ad
Leave A Reply

Your email address will not be published.