ବାଚସ୍ପତିଙ୍କ ସହ ଇସ୍ତଫା ଦେଲେ ଦୁଇ ରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ବର: ଜଲଦି ହେବ ମନ୍ତ୍ରୀ ମଣ୍ଡଳ ଅଦଳବଦଳ । ବାଚସ୍ପତି ପଦରୁ ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେଇଥିବା ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ଥିବା ବେଳେ ଆସନ୍ତାକାଲି ଆସିବ ଝାରସୁଗୁଡ଼ା ଉପନିର୍ବାଚନର ଫଳ । ଏଭଳି ସମୟରେ ବାଚସ୍ପତି ଓ ଦୁଇ ମନ୍ତ୍ରୀଙ୍କ ଇସ୍ତଫା ସମ୍ପର୍କରେ କେହି ସାମାନ୍ୟ ସୁରାକ ପାଇନଥିଲେ । ଏନେଇ ଏବେ କୌଣସି ଚର୍ଚ୍ଚା ନଥିଲା ।

ମାତ୍ର ନିଜସ୍ୱ ଷ୍ଟାଇଲରେ ବିଜେଡି ସୁପ୍ରିମୋ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ଆଗକୁ ମନ୍ତ୍ରୀମଣ୍ଡଳରେ ସମ୍ପ୍ରସାରଣ ହୋଇପାରେ ବୋଲି ଆରମ୍ଭ ହୋଇଛି କଳ୍ପନା ଜଳ୍ପନା । ସାଧାରଣ ନିର୍ବାଚନକୁ ଆଉ ପ୍ରାୟ ବର୍ଷେ ବାକିଥିବା ବେଳେ ଏଭଳି ସମୟରେ ପ୍ରଶାସନକୁ ଅଧିକ ଲୋକାଭିମୁଖୀ କରିବା ଓ ଦଳ ଓ ସରକାରରେ ଚଳଚଞ୍ଚଳତା ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଏଭଳି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି । ଆଗକୁ ବାଚସ୍ପତି ପଦରେ କିଏ ବସିବ ମନ୍ତ୍ରୀମଣ୍ଡଳରେ କିଏ ସ୍ଥାନ ପାଇବେ ଏବଂ ମନ୍ତ୍ରୀମାନଙ୍କ ବିଭାଗରେ କେତେ ଅଦଳବଦଳ ହେବ ତାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି ।

nis-ad
Leave A Reply

Your email address will not be published.