୪ ଦିନିଆ ଓଡ଼ିଶା ଗସ୍ତରେ ମୋହନ ଭାଗବତ

ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ସରସଂଘ ଚାଳକ ମୋହନ ଭାଗବତ ଆଜିଠାରୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ସେ ସିଧାସଳଖ କଟକ ଗତିରାଉତପାଟଣାସ୍ଥିତ କେଶବଧାମକୁ ଯାତ୍ରା କରିଥିଲେ।

କେଶବଧାମରେ ଆୟୋଜିତ ସଂଘର ଶିକ୍ଷାବର୍ଗ ପ୍ରଶିକ୍ଷଣ ଶିବିରରେ ସେ ଯୋଗଦେବେ। ସେଠାରେ ସେ ୪ ଦିନ ଅବସ୍ଥାନ କରିବେ। ସେଠାରେ କୌଣସି ସାର୍ବଜନୀନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ନାହିଁ। ମୋହନ ଭାଗବତଙ୍କ ଏହି ପ୍ରବାସ କେବଳ ସାଙ୍ଗଠନିକ କାର୍ଯ୍ୟ ପାଇଁ ଉଦ୍ଦିଷ୍ଟ। ମେ’ ୧୫ ତାରିଖରେ ଫେରିଯିବେ ମୋହନ ଭାଗବତ।

nis-ad
Leave A Reply

Your email address will not be published.