ବ୍ରହ୍ମପୁର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ :ବ୍ରହ୍ମପୁର ବାଉରୀ ସୁକୁଣ୍ଡା ଗ୍ରାମ ରେ ପୁଣି ଜଣେ ଯୁବକଙ୍କୁ ହତ୍ୟା…

ବ୍ରହ୍ମପୁର : ବ୍ରହ୍ମପୁର ସହର ଓ ସହର ଉପକଣ୍ଠରେ ଏବେ ଆଇନ ଶୃଙ୍ଖଳା ଧିରେ ଧିରେ ବିଗିଡ଼ିବାରେ ଲାଗିଛି। ଶୁକ୍ରବାର ସକାଳେ ଜଣେ ଯୁବକଙ୍କୁ ହତ୍ୟା କରି ରାସ୍ତାକଡ଼ରେ ଥିବା ଏକ ଜମିରେ ମୃତଦେହ ଫିଙ୍ଗିଦେଇଛନ୍ତି ଦୁର୍ବୃତ୍ତ। ଖବର ପାଇ ସଦର ଥାନା ଅଧିକାରୀ ମହେନ୍ଦ୍ର ସାହୁ ଓ ଏସ୍‌ଡିପିଓ ଶିବ ଶଙ୍କର ଦାସ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ମୃତକ ଜଣଙ୍କ

ବାଉରୀ ସୁକୁଣ୍ଡା ଗ୍ରାମର ଗଙ୍ଗା ଦାସ(୨୪) ବୋଲି ଜଣାପଡ଼ିଛି। ଗଙ୍ଗା ବ୍ରହ୍ମପୁର ସହରର ଏକ ମଦ ବ୍ୟବସାୟୀଙ୍କ ଗାଡ଼ି ଡ୍ରାଇଭର ଭାବେ କାମ କରୁଥିବା ବେଳେ ତାଙ୍କୁ କେହି ହତ୍ୟା କରିଛି। ପୋଲିସ ଏବେ ଘଟଣାର ଛାନ୍‌ଭିନ୍‌ କରୁଛି। ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।ଏନେଇ ବ୍ରହ୍ମପୁର ସଦର ଥାନାରେ ୨୫୮/୨୩ ଏକ ମାମଲା ପଞ୍ଜିକୃତ ହୋଇ ଅନୁସନ୍ଧାନ ଚାଲୁ ରହିଛି ଅତି ଶୀଘ୍ର ଆସାମୀ ଧରା ପଡିବ ବୋଲି ଥାନା ଅଧିକାରୀ ମହେନ୍ଦ୍ର ସାହୁ ସୂଚନା ଦେଇ ଛନ୍ତି l  ଏଠାରେ ସୂଚନା ଥାଉକି, ଗତ ୬ ତାରିଖରେ ବଡ଼ବଜାର ଥାନା ଅନ୍ତର୍ଗତ ଆଚାର୍ଯ୍ୟ ବିହାରରେ ଜଣେ ବସ୍‌ ହକର ସନାତନ ଚୌଧୁରୀଙ୍କୁ ଅତି ନିର୍ମମ ଭାବେ  ହତ୍ୟା କରାଯାଇଥିଲା କିନ୍ତୁ ଏବେ ସୁଦ୍ଧା ହତ୍ୟାକାରୀ ମାନେ ଧରାପଡି ନାହାନ୍ତି କେବଳ ସି ସି ଟିଭି ଫୁଟେଜ କୁ ନେଇ ପୋଲିସ ଅନ୍ଧାରରେ ବାଡ଼ି ବୁଲାଉଛି l  ସେହିଭଳି ଗତ ୧୦ ତାରିଖ ରାତି ରେ ଗୋଷାଣିନୂଆଗାଁ ଥାନା ଅନ୍ତର୍ଗତ ହିଲପାଟଣାରେ ଥିବା ସମ୍ପର୍କ ଟ୍ରାଭେଲସ ମାଲିକ କୁମୁଦ ବ୍ରହ୍ମା ଓ ତାଙ୍କର ଦୁଇ ଜଣ କର୍ମଚାରୀଙ୍କୁ ୫/୬ଯୁବକ ଖଣ୍ଡାରେ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା ଉଦ୍ୟମ କରିଥିଲେ।ଏହି ସବୁକୁ ଦେଖିଲେ ବ୍ରହ୍ମପୁର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ କହିଲେ କିଛି ଭୁଲ ହେବନାହିଁ l ସାଧାରଣ ଜନତା ଆଇନ ଶୃଙ୍ଖଳା ବ୍ୟବସ୍ତା କୁ ନେଇ ଭୟଭିତ ହେବା ଦେଖିବାକୁ ମିଳୁଛି,ପୋଲିସ କୁ ଅଗ୍ରାମୀ ସୂଚନା ଦେବାକୁ ମଧ୍ୟ ଭୟ କଲେଣି କାରଣ ସୂଚନା ଦେଇ ଥିବା ବ୍ୟକ୍ତି ଏଠାରେ ବଳି ପଡନ୍ତି l ତେଣୁ ଜିଲ୍ଲା ପୋଲିସ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧି ଜୀବି ଓ ସାଧାରଣ ରେ ଦାବୀ ହେଉଛି ନଚେତ ଆଗାମୀ ଦିନରେ ଆଇନ ଶୃଙ୍ଖଳା ବିଗିଡି ଚରମ ସୀମା ଅତିକ୍ରମ କରିବାକୁ ବେଶୀ ଦିନ ନାହିଁ 

nis-ad
Leave A Reply

Your email address will not be published.