ଜଟଣୀରେ ହେବ କ୍ୟାନ୍ସର ହସ୍ପିଟାଲ୍‌, ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ଜଟଣୀରେ ହେବ କ୍ୟାନ୍ସର ହସ୍ପିଟାଲ୍‌। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନସିଂରେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତିା ଏଠି କ୍ୟାନ୍ସର ରୋଗୀଙ୍କ ଉତ୍ତମ ଚିକିତ୍ସା ଓ ନିରାକରଣ ଦିଗରେ କାର୍ଯ୍ୟ ହେବ।

୨୦୦ ଶହ ବେଡ୍ ବିଶିଷ୍ଠ ଏହି ହସ୍ପିଟାଲ ମୋଟ ୬୫୦ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେବ। କେନ୍ଦ୍ର ଆଟୋମିକ୍ ଏନର୍ଜି ମୋଟ ବ୍ୟୟ ଅଟକଳର ୪୦୦ କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଓ ଟାଟା ଟ୍ରଷ୍ଟ ୨୫୦ କୋଟି ଟଙ୍କା ବ୍ୟୟ କରିବ। ଓଡ଼ିଶା ସରକାରଙ୍କ ପକ୍ଷରୁ ଏହି ହସ୍ପିଟାଲ କରିବା ନିମନ୍ତେ ୪୨ ଏକର ଜମି ଓ ଆବଶ୍ୟକ ଅନ୍ୟ ସହାୟତା କରାଯାଉଛି।

ପୂର୍ବରୁ ଏହି ହସ୍ପିଟାଲ୍ ପାଇଁ ରାଜ୍ୟ ସରକାର ସହ ଟାଟା ଚୁକ୍ତି ସ୍ୱାକ୍ଷର କରିଛିା ଏବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୯ଟି ରାଜ୍ୟରେ ନୂଆ କ୍ୟାନ୍ସର ହସ୍ପିଟାଲ୍ ନିର୍ମାଣ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛିା

nis-ad
Leave A Reply

Your email address will not be published.