ଛୀନତାଇ ଘଟଣାର ହେବ ଟିଆଇ ପରେଡ଼, ସହଜରେ ଜାମିନରେ ଖସିପାରିବେନି ଅଭିଯୁକ୍ତ: ଡିସିପି ପ୍ରତୀକ ସିଂ

ଭୁବନେଶ୍ୱର : ଲୁଟେରା କହିବ ଲୁଟର ସତ। ଛୀନତାଇ ଘଟଣାର ହେବ ଟିଆଇ ପରେଡ଼। ପ୍ରପର୍ଟି ଅଫେନ୍ସ ଘଟଣାରେ ଥାନାଧିକାରୀ ଓ ଆଇଓ ଙ୍କୁ ତାଗିଦ କରିବାକୁ କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ । ବିନା ଟିଆଇ ପରେଡ଼ରେ ହସ୍ତାନ୍ତର ହେବନି ଜବତ ସାମଗ୍ରୀ। ବିଚାର ପ୍ରକ୍ରିୟାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ଡିସିପି।

ଏଭଳି ଟିଆଇ ପରେଡ କରାଯିବା ଦ୍ବାରା ସହଜରେ ଜାମିନରେ ଖସିପାରିବେନି ଅଭିଯୁକ୍ତ । ଟିଆଇ ପରେଡ଼ ନହେବାରୁ ଜବତ ସାମଗ୍ରୀ ଅଦଳବଦଳ ହେଉଥିବା ନେଇ ଅଭିଯୋଗ ଆସିଥିଲା । ଅଭିଯୋଗ ପରେ ତଦନ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହାଦ୍ୱାରା ଦଣ୍ଡବିଧାନ ହାର ମଧ୍ୟ ବଢିବ ।

nis-ad
Leave A Reply

Your email address will not be published.