ପେଟ୍ରୋଲ ଓ ବୋମା ପକାଇ ହତ୍ୟା ଉଦ୍ୟମ

କେନ୍ଦୁଝର : ପେଟ୍ରୋଲ ଓ ବୋମା ପକାଇ ହତ୍ୟା ଉଦ୍ୟମ । କେନ୍ଦୁଝର ଜିଲ୍ଲା କରମଙ୍ଗି ପଞ୍ଚାୟତ ସିନ୍ଦୁରିଆ ପୁଢେଇଝୋଳ ସାହିରେ ଘଟିଛି ଘଟଣା । ପୂର୍ବ ଶତ୍ରୁତାରୁ ହତ୍ୟା ଉଦ୍ୟମ କରାଯାଇଛି। ଗାଁର ସୋମନାଥ ନାୟକଙ୍କ ଘରେ ବୋମା ପକାଇଛନ୍ତି ଦୁର୍ବୃତ୍ତ ।

ତାଙ୍କ ବେଡରୁମ୍‌ ଝରକା ଦେଇ କେହି ଦୁର୍ବୃତ୍ତ ପାଇପ୍‌ ଓ ଫନେଲ ସାହାଯ୍ୟରେ ପେଟ୍ରୋଲ ପକାଇବା ସହ ବୋମା ଫିଙ୍ଗିଥିଲେ । ଘରେ କେହି ନଥିବାରୁ କାହାର କୌଣସି କ୍ଷତି ହୋଇନାହିଁ । ଘରର ଆସବାବପତ୍ର ଜଳିପୋଡି ନଷ୍ଟ ହୋଇ ଯାଇଛି।

nis-ad
Leave A Reply

Your email address will not be published.