ଓଡିଶାରେ କଳାପାହାଡିଆଙ୍କ ଶାସନ ଚାଲିଛି : ଧର୍ମେନ୍ଦ୍ର ପ୍ରଧାନ

ଝାରସୁଗୁଡା: ଝାରସୁଗୁଡା କୋଲାବିରାରେ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ପ୍ରଚାର । ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ବର୍ଷିଲେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଦାନ । ଝାରସୁଗୁଡା ଏକ ଐତିହାସିକ ମାଟି, ସେ ଜନ୍ମ ନେତୃତ୍ୱ ତିଆରୀ କରିଥାଏ । ସ୍ୱର୍ଗୀୟ ହେମାନନ୍ଦ ବିଶ୍ୱାଳ ଓ କିଶୋର ମହାନ୍ତିଙ୍କୁ ମନେ ପକାଇଲେ ଧର୍ମେନ୍ଦ୍ର ପ୍ରଧାନ । ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଦୀପାଳି ଦାସଙ୍କ ପ୍ରତି ମୋର ସ୍ୱେହ ଓ ସଦିଚ୍ଛା ରହିଛି,ବାପାଙ୍କୁ ହରାଇବାର କଷ୍ଟ କଣ ନିଶ୍ଚିତ ଅନୁଭବ କରୁଥିବେ ।କାର୍ଯ୍ୟରତ କ୍ୟାବିନେଟ ମନ୍ତ୍ରୀଙ୍କୁ କାର୍ଯ୍ୟରତ ପୋଲିସ ହତ୍ୟା କଲା । କାହିଁକି ହତ୍ୟା କଲା ରାଜ୍ୟ ସରକାରଙ୍କୁ ତାର ଉତ୍ତର ଦେବାକୁ ପଡିବ । କେବଳ ମନ୍ତ୍ରୀ ନୁହଁନ୍ତି,ସର୍ମଥ ଅଗ୍ରୱାଲ ପରି ନାବାଳକ ବି ହତ୍ୟା ହୋଇଛି । ଲ ଲେସନେସ୍ ଡେଭଲପ କରିଛି, କଳାପହାଡ ଶାସନ ଚାଲିଛି ବୋଲି କହିଛନ୍ତି ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ୟୁପି ଯୋଗୀ ସରକାରଙ୍କ ଉଦାହରଣ ଦେଇ ଟାର୍ଗେଟ ମଧ୍ୟ କରିଛନ୍ତି । ଏଠି ଅପରାଧି ମାନଙ୍କୁ କିଏ ସୁରକ୍ଷା ଦେଉଛି ବୋଲି ପଚାରିଥିଲେ ମନ୍ତ୍ରୀ । ବରଗଡରେ ଗୁଡୁ ମୁସଲିମକୁ କିଏ ସୁରକ୍ଷା ଦେଉଥିଲା,ଏ ରାଜା ଖାନ କିଏ, ବିଜେଡି ନେତାଙ୍କ ସହ କି ସମ୍ପର୍କ ଅଛି ବୋଲି ପ୍ରଶ୍ନ କରିଥିଲେ ଧର୍ମେନ୍ଦ୍ର । ବିଜେଡି ନେତାଙ୍କ ସହ ରାଜା ଖାନର ବ୍ୟବସାୟିକ ସମ୍ପର୍କ ଅଛି କି ନାହିଁ ଉତ୍ତର ମାଗିଲେ ଧର୍ମେନ୍ଦ୍ର । ମତେ ଯାହା ଲାଗୁଛି ମୁଖ୍ୟମନ୍ତ୍ରୀ ଏନେଇ ଅବଗତ ନ ଥିବେ । ମୁଁ ଯେତିକି ଜାଣିଛି ମୁଖ୍ୟମନ୍ତ୍ରୀ ଜାଣୁଥିଲେ ଏପରି ଘଟୁନଥାନ୍ତା ବୋଲି ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

nis-ad
Leave A Reply

Your email address will not be published.