ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ

ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱାରୋପ

ସୁନ୍ଦରଗଡ଼,-୦୬.୦୫.୨୩ : ଆଜି ଅପରାହ୍ନରେ ଓସୱାନ ଭି. ସି. ମାଧମରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି I ଜିଲ୍ଲାପାଳ ଡା. ପରାଗ ଗଭାଲି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଚଳିତ ବର୍ଷା ସମୟରେ ସମ୍ଭାବ୍ୟ ବନ୍ୟା/ବାତ୍ୟା ପରିସ୍ଥିତିର ମୁକାବିଲା ମୁକାବିଲା ନିମନ୍ତେ ବିଭାଗୀୟ ଅଧିକାରୀମାନଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯାଇଥିଲା I ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ବନ୍ୟା ମୁକାବିଲା ନିମନ୍ତେ ସ୍ୱାସ୍ଥ୍ୟ ବିଭାଗ ଦ୍ଵାରା ଗ୍ରହଣ କରାଯାଇଥିବା ପଦକ୍ଷେପ ଗୁଡ଼ିକ ସମ୍ପର୍କରେ ଉପସ୍ଥାପନ କରିଥିଲେ I ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ ଚିକିତ୍ସାଳୟ ତଥା ବ୍ଲକ ସ୍ତରୀୟ ଚିକିତ୍ସାଳୟ ମାନଙ୍କରେ କଣ୍ଟ୍ରୋଲ ରୁମ୍ ଗ୍ରୀଷ୍ମ ପ୍ରବାହ ସମୟରୁ କାର୍ଯ୍ୟକ୍ଷମ ହୋଇଅଛି I କୌଣସି ଅଞ୍ଚଳରେ ଆପତକାଳୀନ ପରିସ୍ଥିତି ସୃଷ୍ଟି ହେଲେ ତତ କ୍ଷଣାତ୍ ତାହା ପ୍ରତି ଦୃଷ୍ଟିପାତ କରାଯିବ I ଗର୍ଭବତୀ ମହିଳା ମାନଙ୍କୁ ଚିହ୍ନଟ କରାଯିବ ଏବଂ ଆବଶ୍ୟକ ସ୍ଥଳେ ସେମାନଂକୁ ମା ଗୃହ କୁ ସ୍ଥାନାନ୍ତରଣ କରାଯିବ I ସେହିପରି ଜିଲ୍ଲା ରେ ରାପିଡ୍ ରେସପନସ ଟିମ୍ ମଧ୍ୟ ସକ୍ରିୟ ରହିଛି ଓ ଏବଂ ୨୫ ଟି ମୋବାଇଲ ଭ୍ଯାନ ମଧ୍ୟ କାର୍ଯ୍ୟକ୍ଷମ ରହିଛି I ଆବଶ୍ୟକ ସ୍ଥଳେ ଟେଲି ମେଡ଼ିସିନ୍ ବ୍ୟବସ୍ତା ମଧ୍ୟ କରାଯାଇ ପାରିବ I ଆବଶ୍ୟକୀୟ ପରିମାଣର ଔଷଧ, ଓ. ଆର୍. ଏସ୍. ସାପ କାମୁଡ଼ା ଭାକସିନ ମହଜୁଦ ରହିଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଥିଲେ I
ସେହିପରି ପ୍ରାଣୀଧନ ବିଭାଗ ପକ୍ଷରୁ ପଶୁପକ୍ଷୀ ମାନଙ୍କ ନିମନ୍ତେ ଆବଶ୍ୟକ ପରିମାଣରେ ଔଷଧ, ଭାକସିନ୍, ଗୋ ଖାଦ୍ୟ ଆଦି ରହିଥିବା କହିଥିଲେ ଏବଂ ବନ୍ୟା ପରିସ୍ଥିତି ଉପୁଜିଲେ ପଶୁ ପକ୍ଷୀ ମାନଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯିବ ବୋଲି ସୂଚନା ଦିଆଯାଇଥିଲା I ଜିଲ୍ଲା ରେ ଆବଶ୍ୟକୀୟ ପରିମାଣ ରେ କିରୋସିନ୍, ଶୁଖିଲା ଖାଦ୍ୟ ଯଥା- ଚୁଡା, ଗୁଡ଼ ଆଦି ରହିଛି ବୋଲି ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ବୈଠକରେ ଉପସ୍ଥାପିତ କରିଥିଲେ I
ସେହିପରି ବିପର୍ଯ୍ୟୟ ସମୟରେ କୃଷି ଓ ଉଦ୍ୟାନ ବିଭାଗ ପକ୍ଷରୁ ଧାନ ଫସଲ ତଥା ଫଳ ଓ ପନିପରିବା ଚାଷ ଗୁଡ଼ିକର କିଭଳି ଭାବେ ଯତ୍ନ ନିଆଯିବ ଓ କିଭଳି ଫସଲ ରେ ରୋଗ ପୋକ ଦମନ କରାଯାଇ ପାରିବ ସେ ବିଷୟରେ ଆଲୋଚନା କରିଥିଲେ I ବନ୍ୟା ପରିସ୍ଥିତି ସମୟ ରେ ବିଶୁଦ୍ଧ ପାନୀୟ ଜଳ ର ବ୍ୟବସ୍ଥା, ପାଇପ୍ ଜଳ ଯୋଗାଣ, ବ୍ଲିଚିଂ ପାଉଡର ବଣ୍ଟନ, ଜଳ ନିଷ୍କାସନ ଆଦି ସମ୍ପର୍କରେ ଗ୍ରାମ୍ୟ ଜଳଯୋଗାଣ ପକ୍ଷରୁ ଆଲୋଚନା କରାଯାଇଥିଲା I ଟି. ପି. ଡବ୍ଲ୍ୟୁ. ଓ. ଡି. ଏଲ୍ ପକ୍ଷରୁ ବିଦ୍ୟୁତ ଯୋଗାଣ ଉପରେ ଗୁରୁତ୍ଵ ଦେଇଥିଲେ I ସେହିଭଳି ଜିଲ୍ଲା ଅଗ୍ନି ତଥା ଓଡ୍ରାଫ୍ ଟିମ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ଆବଶ୍ୟକୀୟ ଯନ୍ତ୍ରପାତି ଆଦି ମହଜୁଦ ରହିଥିବା କହିଥିଲେ ଏବଂ କୌଣସି ଅଞ୍ଚଳରେ ବିପର୍ଯ୍ୟୟ ଯୋଗୁ ରାସ୍ତାଘାଟ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲେ କିମ୍ବା ଘର ଆଦି ଭାଙ୍ଗି ଥିଲେ ତତ୍ କ୍ଷଣାତ୍ ତାହା ପ୍ରତି ଦୃଷ୍ଟିପାତ କରିବା, ସ୍ଥାନାନ୍ତରଣ ପ୍ରକିୟା ଆଦି ଉପରେ ଆଲୋଚନା ହୋଇଥିଲା I


ବିପର୍ଯ୍ୟୟ ସମୟରେ ଜିରୋ କାଜୁଆଲିଟି ତଥା ସମସ୍ତ ବିଭାଗ ମଧ୍ୟରେ ସମନ୍ଵୟ ରଖି ବିପର୍ଯ୍ୟୟ ର ମୁକାବିଲା କରିବା ଉପରେ ଗୁରୁତ୍ଵାରୋପ କରାଯାଇଥିଲା I ଜିଲ୍ଲାପାଳ ଡା. ଗଭାଲି ପ୍ରାକୃତିକ ବିପର୍ଯ୍ୟୟ ଜନିତ ହୋଇଥିବା କ୍ଷତି ଗୁଡ଼ିକର ତୁରନ୍ତ ପୁନରୁଦ୍ଧାର କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ I ସେହିପରି ନିୟମିତ ଭାବେ ଡ୍ରେନେଜ ସଫା କରିବା, ଲୋ ଲାଇନ୍ ଅଞ୍ଚଳ ତଥା ସୁରକ୍ଷା ଦୃଷ୍ଟିରୁ ଦୁର୍ବଳ ଅଞ୍ଚଳ ଗୁଡ଼ିକ ର ଚିହ୍ନଟ କରିବା, ଜନସଚେତନତା ସୃଷ୍ଟି କରିବା, ଆପତକାଳୀନ ପରିସ୍ଥିତି ସମ୍ପର୍କରେ ତୁରନ୍ତ ସୂଚନା ଦେବା ଆଦି ଉପରେ ଜିଲ୍ଲାପାଳ ପ୍ରାଧାନ୍ୟ ଦେଇଥିଲେ I
ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ମନୋଜ ମହାଜନ, ସଦର ଉପଜିଲ୍ଲାପାଳ ଶଦାଶରଥି ସରାବୁ, ସମସ୍ତ ବିଭାଗୀୟ ଅଧିକାରୀ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ବ୍ଲକ ସ୍ତରୀୟ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ I
ବିଶ୍ବରଂଜନ ହୋତା
ସୁନ୍ଦରଗଡ

nis-ad
Leave A Reply

Your email address will not be published.