ହାଇୱାକୁ ଧକ୍କା ଦେଲା ବରଯାତ୍ରୀ ବସ, ୧୦ରୁ ଅଧିକ ଆହତ

ଝାରସୁଗୁଡ଼ା : ହାଇୱାକୁ ଧକ୍କା ଦେଲା ବରଯାତ୍ରୀ ବସ । ଝାରସୁଗୁଡା ବିଜୁ ଏକ୍ସପ୍ରେସ ହାଇୱେ ଠାରେ ରାଉରକେଲା ଯାଉଥିବା ବରଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ । ଦୁର୍ଘଟଣାରେ ବସରେ ୪୦ଜଣ ଯାତ୍ରୀଙ୍କ ଠାରୁ ୧୦ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ଝାରସୁଗୁଡ଼ାରୁ ରାଉରକେଲା ଯାଉଥିବା ବେଳେ ବାଇପାସ୍ ନିଟକରେ ହେଇଛି ଦୁର୍ଘଟଣା । ବରଯାତ୍ରୀ ବସ୍ ଏକ ହାଇୱାକୁ ପଛ ପଟୁ ଧକ୍କା ଦେଇଥିଲା। ଫଳରେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ବସରେ ଥିବା ୪୦ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୦ରୁ ଅଧିକ ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।

nis-ad
Leave A Reply

Your email address will not be published.