ଗଛରେ ପିଟିହେଲା ବାଇକ: ଦାଦା, ପୁତୁରା ମୃତ

କାମାକ୍ଷାନଗର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ । ଦାଦା ଓ ପୁତୁରା ମୃତ। କଙ୍କଡାହାଡ ଥାନା ବନ୍ଦାଣିଆ ଗ୍ରାମ ନିକଟରେ ଘଟିଛି ଏହି ଦୁର୍ଘଟଣା। ମୃତକ ଦ୍ବୟ ହେଲେ ଟାଟାମାଇନସ ଗ୍ରାମ ମଲ୍ଲାର ସାହିର ଦାଦା ଡୁଗୁ ମାଙ୍କଡିଆ ଓ ପୁତୁରା ସିଦ୍ଧାନ୍ତ ମାଙ୍କଡିଆ।

ସୂଚନା ମୂତାବକ ଉଭୟ ସକାଳେ ବଜାଜ ପଲସର ଗାଡିର କିସ୍ତି ଦେବାକୁ କାମାକ୍ଷାନଗର ଆସୁଥିଲେ। ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ କାମାକ୍ଷାନଗର ମେଡିକାଲରେ ଚିକିତ୍ସା ପାଇିଁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ କଙ୍କଡାହାଡ଼ ପୋଲିସ ଘଟଣା ସ୍ଥଳକୁ ଯାଇ ବାଇକକୁ ଯବତ କରିବା ସହ ଅଧିକ ତଦନ୍ତ ଯାରି ରଖିଛି।

nis-ad
Leave A Reply

Your email address will not be published.