ଦଶାହ ଭୋଜି ଖାଇ ୩୦ରୁ ଉର୍ଦ୍ଧ୍ୱ ଅସୁସ୍ଥ…

ସୁନ୍ଦରଗଡ଼ //ବଣାଇ : ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକ୍ ମାଲଦା ପଞ୍ଚାୟତ ଅନ୍ତର୍ଗତ ସାନଇନ୍ଦିପୂର ଗ୍ରାମରେ ଗତକାଲି ସଂଧ୍ୟାରେ ଗ୍ରାମର ଏକ ଦଶାହ କର୍ମ ରେ ଭୋଜି ଖାଇ ୩୦ ରୁ ଉର୍ଦ୍ଧ୍ୱ ଗ୍ରାମବାସୀ ଅସୁସ୍ଥ ଅଛନ୍ତି । ସମସ୍ତଙ୍କର ଝାଡ଼ା ବାନ୍ତି ଲାଗି ରହିଥିବା ଦେଖିବାକୁ ମିଳିଥିଲା ।

ସେମାନଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ସମସ୍ତଙ୍କୁ କୋଇଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଉଛି । ଅସୁସ୍ଥଙ୍କ ସଂଖ୍ଯା ଆହୁରି ବଢୁଥିବା ନେଇ ସୂଚନା ମିଳିଛି ।

nis-ad
Leave A Reply

Your email address will not be published.