ନୟାପଲ୍ଲୀ ଜମି ଜବରଦଖଲ ଘଟଣ : ମାଷ୍ଟରମାଇଣ୍ଡ ରାଘବ ଜେନାକୁ ଗିରଫ କଲା ସ୍ପେଶାଲ ସ୍କ୍ଵାଡ୍‌

ଭୁବନେଶ୍ୱର : ଭୁବନେଶ୍ୱରରେ ଜମି ପଜେସନ୍‌ ଗ୍ୟାଙ୍ଗର କିଙ୍ଗପିନ୍‌ ଗିରଫ । ମାସେରୁ ଅଧିକ ଦିନ ଲୁଚକାଳି ଖେଳ ପରେ ମୁଖ୍ୟ କାର୍ପଟଦାର ରାଘବ ଜେନାକୁ କାବୁ କରିଛି ସ୍ପେଶାଲ ସ୍କ୍ଵାଡ୍‌ ଓ ନୂଆପଲ୍ଲୀ ଥାନା ପୋଲିସ । ତାର ଜଣେ ସହଯୋଗୀକୁ ବି ଗିରଫ କରାଯାଇଛି । ପୁରୀ ଜିଲ୍ଲାର ଏକ ପରିତ୍ୟକ୍ତ ଘରେ ଲୁଚିଥିବା ବେଳେ ପୋଲିସ ଟିମ୍‌ ତାକୁ ମାଡି ବସିଥିଲେ ।

ମାର୍ଚ୍ଚ ୨୪ ତାରିଖ ବିଳମ୍ବିତ ରାତିରେ ଜମି ଦଖଲ ପାଇଁ ଭୁବନେଶ୍ୱର ନୟାପଲ୍ଲୀରେ ବ୍ୟାପକ ଭଙ୍ଗାରୁଜା ହୋଇଥିଲା । ତାପରଠୁ ଅଣ୍ଡରଗ୍ରାଉଣ୍ଡ ହୋଇଯାଇଥିଲା ରାଘବ । ତାର ମୋବାଇଲ୍‌ ଫୋନ୍‌ ସୁଇଚ୍‌ ଅଫ୍‌ ଥିବାରୁ ଟ୍ରାକ୍‌ କରିବା ଅସମ୍ଭବ ଥିଲା । ରାଘବର ସମ୍ପର୍କୀୟ ଓ ସବୁ ସହଯୋଗୀଙ୍କ ମୋବାଇଲ୍‌କୁ ଟ୍ରାକ୍‌ରେ ପକାଇଥିଲା ପୋଲିସ ଟିମ୍‌ । ସେଥିରୁ ପୋଲିସକୁ ରାଘବ ଲୁଚିଥିବା ସ୍ଥାନର ସୂଚନା ମିଳିଥିଲା । ଏହାପରେ ସେଠାରେ ପହଞ୍ଚିଥିଲା ନୟାପଲ୍ଲୀ ଥାନା ପୋଲିସ ଓ ସ୍ପେଶାଲ୍‌ ସ୍କ୍ଵାଡ୍‌ । ବନ୍ଧୁକ ଦେଖାଇ ପୋଲିସକୁ ଚକମା ଦେଇ ଖସିଯିବାକୁ ଉଦ୍ୟମ କରିଥିଲା ରାଘବ । ତାକୁ ଧରିବା ପାଇଁ ୩ଟି ସ୍ପେଶାଲ ଟିମ୍‌ ମାସେରୁ ଅଧିକ ସମୟ ହେବ ବିଭିନ୍ନ ସ୍ଥାନରେ ତଢ଼ାଉ ଜାରି ରଖିଥିଲା ।

ରାଜଧାନୀରେ ବିବାଦୀୟ ପ୍ଲଟ୍‌ ଓ ଘରକୁ ବାଉନସର ଲଗାଇ ରାତାରାତି ଭାଙ୍ଗୁଥିଲା ରାଘବ ଜେନା । ବାଉନସରଙ୍କୁ ନେଇ ଗ୍ୟାଙ୍ଗ ଗଢ଼ିଥିଲା । ମାର୍ଚ୍ଚ ମାସରେ ନୟାପଲ୍ଲୀ ଅଞ୍ଚଳରେ ଦୁଇଟି ଦୋକାନକୁ ଶତାଧିକ ବାଉନ୍‌ସର ଲଗାଇ ଭାଙ୍ଗି ଦେଇଥିଲା ରାଘବ । ଏହି ଘଟଣାରେ ଦୁଇ ମହିଳାଙ୍କ ସମେତ ୧୯ ଜଣଙ୍କୁ ପୂର୍ବରୁ ଗିରଫ କରିଥିଲା ନୟାପଲ୍ଲୀ ଥାନା ପୋଲିସ ।

nis-ad
Leave A Reply

Your email address will not be published.