ନ୍ୟାୟ ଦାବୀ ନେଇ ଆସିଥିବା ଛତିଶଗଡ଼ର ଶତାଧିକ ଲୋକଙ୍କୁ ରାଇଘରଠାରେ ଅଟକାଇଲା ପୋଲିସ

ଉମରକୋଟ (୦୧/୦୫) : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ଅଭିମୁଖେ ଛତିଶଗଡ଼ରୁ ଆଜି ଶତାଧିକ ଲୋକ ୫୭ ଟି ଵଲେରୋ, ପିକଆପ ଓ ଟ୍ରାକ୍ଟର ରେ ଆସିବା ବାଟରେ ରାଇଘରଠୁ ପ୍ରାୟ ତିନି କିଲୋମିଟର ଦୂରେର ରାଇଘର ପୋଲିସ ବିଭାଗ ଦ୍ଵାରା ସେମାନଙ୍କୁ ଅଟକାଯାଇଥିଲା | ସୂଚନା ପ୍ରକାରେ ଗତମାସ ୨୬ ତାରିଖରେ ନବରଙ୍ଗପୁର ଜ଼ିଲ୍ଲାର ବିଏସଏଫ ଯବାନ ଓଡ଼ିଶା ଓ ଛତିଶଗଡ଼ ସୀମାନ୍ତବର୍ତ୍ତୀ ଜଙ୍ଗଳ ମଧ୍ୟରେ ସର୍ଚ୍ଚ ଅପେରେସନ କରିବା ସମୟରେ ମାଓବାଦୀ ଓ ବିଏସଏଫ ଯବାନ ମାନଙ୍କ ଭିତରେ ସଂଘର୍ସ ହେଇଥିଲା ଏବଂ ଏଥିରେ ଦୁଇ ମାଓବାଦୀକୁ ବିଏସଏଫ ନବରଙ୍ଗପୁରର ଯବାନମାନେ କାବୁ କରିବାକୁ ସକ୍ଷମ ହେଇଥିଲେ l ଏହି ଦୁଇ ଜଣ ହେମଲାଲ ନାଗେଶ (୨୨)ପିତା ଶ୍ରୀ କେବଳ ସିଂ ନାଗେଶ, ଗ୍ରାମ ମତିପାଣି ଓ ପ୍ରକାଶ ମାରକାମ(୨୦) ପିତା ନିର୍ଜନ ମାରକାମ, ଗ୍ରାମ ବାହାରାପାରା, ଦୁଇଜଣର ପଞ୍ଚାୟତ ଭୁତବେଡ଼ା l ଆଜି ଗରିବା, ଗାଜିମୁଣ୍ଡା, ଡିପକାପାଡ଼ା, କଚେଙ୍ଗା, ଭାଲୁପାଣି, ମତିପାଣି, ଭୁତବେଡ଼ା, କୋକୋଡ଼ି, ସାଇବିନ କାଚଡ଼, ମୂଁଗାଡିହି, କେରାପାରା ଓ ଶୋଭା ଗୋନାରୁ ଶତାଧିକ ଲୋକ ଛୋଟ ବଡ଼ ଚାରି ଚକା ୫୭ ଟି ଗାଡ଼ିରେ ଆମର ଛତିଶଗଡ଼ ଦୁଇ ପିଲା ନିର୍ଦୋଷ କହି ନବରଙ୍ଗପୁର ଏସପି ଅଫିସ କୁ ଯାଉଥିଲେ l ସେମାନଙ୍କର କହିବା କଥା ଆମର ପିଲା ମାନେ ଜଙ୍ଗଳକୁ ସେଉଳି ଦୌଡ଼ି ସଂଗ୍ରହ କରିବାକୁ ଯାଇଥିଲେ ଓ ବିଏସଏଫ ଯବାନ ନେଇଗଲେ ହେଲେ ତାଙ୍କର ପରିବାରକୁ ୨୪ ଘଣ୍ଟା ପରେ କାହିଁକି ସୂଚନା ପ୍ରଦାନ କଲେ ନାହିଁ ? ରାଇଘର ଅଭିମୁଖେ ଏହି ଶତାଧିକ ଲୋକ ନ ଯାଇ ପାରିବାରୁ ରାସ୍ତାର ସାଇଡ ଜମି ଭିତରେ ବସି ମିଟିଂ କରି ନିଷ୍ପତି ନେଲେ କି ଆମ୍ଭେ ମାନେ ଆଇନ ହାତକୁ ନ ନେଇ ମାନବଅଧିକାର କମିଶନ ପାଖରେ ଯାଇ ନ୍ୟାୟ ପାଇଁ ଲଡ଼ିବା l ନିରୀହ ଆଦିବାସୀ ପୋଲିସର କଥା ନ ମାନିଲେ ପୋଲିସ ମାରୁଛି ଓ ମାଓବାଦୀର କଥା ନ ଶୁଣିଲେ ମାଓବାଦୀ ମାରୁଛି l

nis-ad
Leave A Reply

Your email address will not be published.