ଶିମିଳିପାଳ ଅଭୟାରଣ୍ୟରେ ବିରଳ କଳା ମହାବଳ ବାଘର ମୃତ୍ୟୁ

ବାରିପଦା: ଶିମିଳିପାଳ ଅଭୟାରଣ୍ୟର କୋର୍‌ ଏରିଆର ସାଉଥ ଜୋନରେ ଏକ ସାଢ଼େ ୩ ବର୍ଷର ବିରଳ କଳା ମହାବଳ ବାଘର ମୃତ୍ୟୁ ଘଟିଛି। ଏନେଇ ସୂଚନା ଦେଇଛନ୍ତି ପିସିସିଏଫ୍‌ ସୁଶୀଲ କୁମାର ପପ୍‌ଲି। ସେ କହିଛନ୍ତି, ବାଘ-ବାଘ ମଧ୍ୟରେ ଲଢ଼େଇ ଯୋଗୁଁ କଳା ବାଘର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ନିଜ ଅଂଚଳ ବାଛିବା ପାଇଁ ବାଘ ବାଘ ଲଢେଇ ହୋଇଥିବା ଅନୁମାନ କରାଯାଉଛି।

ବାଘଟି ଅଣ୍ଡିରା ହୋଇଥିବା ବେଳେ  ବୟସ ସାଢେ  ୩ ବର୍ଷ ହେବ। ମୟୂରଭଞ୍ଜ ବଡ଼ମୁଖବାଡ଼ି ଗାଁ ନିକଟରେ ମୃତ ବାଘକୁ ବନ ବିଭାଗ ଠାବ କରିଛି। ବାଘ ଶରୀରରେ ଏକାଧିକ କ୍ଷତ ଚିହ୍ନ ରହିଛି। ମୃତ୍ୟୁର କାରଣ ଜାଣିବା ପାଇଁ ଶବ ବ୍ୟବଚ୍ଛେଦ ହୋଇଛି।

nis-ad
Leave A Reply

Your email address will not be published.