ଫୁଲବାଣୀ : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀ ଠାରେ ସଂକୁଳ ସ୍ତରୀୟ (ପ୍ରାଥମିକ)ଓ ଜିଲ୍ଲା ସ୍ତରୀୟ (ମାଧ୍ୟମିକ) ଆଚାର୍ଯ୍ୟ ପ୍ରଶିକ୍ଷଣର ସମାରୋପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତାଭାବେ ନିରଞ୍ଜନ ମିଶ୍ର(ସଙ୍ଘର ଜିଲ୍ଲା ସହ କାର୍ଯ୍ୟ କର୍ତ୍ତା)ଯୋଗଦେଇ ଆମ ରାଷ୍ଟ୍ରର କାର୍ଯ୍ୟପାଇଁ ଆମେ ସମସ୍ତେ ସମର୍ପିତ ହେବା ସଙ୍ଗେ ସଙ୍ଗେ ଲକ୍ଷ୍ୟ ଓ ସଦିଚ୍ଛା ସହିତ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ଶିକ୍ଷା ଦାନ ଦେଲେ ଏହି ମହାନ ରାଷ୍ଟ୍ରର ଉତ୍ତୋରତ୍ତର ଉନ୍ନତି ସାଧନ ହୋଇପାରିବ ଯେହେତୁ “ଆମେ ସମସ୍ତେ ରାଷ୍ଟ୍ରବାଦୀ ପରିବାର” ବୋଲି ବକ୍ତବ୍ୟ ରଖିଥିଲେ। ସେହି ପରି ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନକମିଟିର ସଭାପତି ବ୍ରଜବନ୍ଧୁ ମଲ୍ଲିକ ବିଦ୍ୟାଳୟର ବିକାଶ ହିଁ ରାଷ୍ଟ୍ରର ବିକାଶ ଏବଂ ଏହା ଶିଶୁଙ୍କ ହସରେ ଥାଏ ଅର୍ଥାତ “ଶିଶୁ ହସିଲେ ଦୁନିଆ ହସେ”।ତେଣୁ ଶିଶୁଙ୍କୁ ଲକ୍ଷ୍ୟ ପଥରେ ଆଗେଇ ନେବା ବିଦ୍ୟାଳୟର ବିକାଶ ଏବଂ ଏହା ଆମର ଇଛାଶକ୍ତି ଉପରେ ନିର୍ଭର କରେ ଓ ଆମର ଏକ ଗୁରୁ ଦାୟିତ୍ୱ ଅଟେ ବୋଲି ଅଭିଭାଷଣ ରଖିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ଟି.ଶିଵଶଙ୍କର ପାତ୍ର,ବିଦ୍ୱତ ପରିଷଦର ସଭାପତି ବାସୁଦେବ ପ୍ରହରାଜ, ଜିଲ୍ଲା ପ୍ରମୁଖ ଇନ୍ଦ୍ରମଣି ନାୟକ, ସଂକୁଳ ପ୍ରମୁଖ ପବିତ୍ର କୁମାର ସାହୁ ଉପସ୍ଥିତ ଥିଲେ।ପ୍ରଶିକ୍ଷଣରେ ମୋଟ ୧୦୧ ଜଣ ପ୍ରଶିକ୍ଷାର୍ଥୀ ଉପସ୍ଥିତ ଥିଲେ।ବିଭିନ୍ନ ସମୟରେ ବିଭିନ୍ନ ବିଷୟର ଶିକ୍ଷାବିତମାନେ ଉପସ୍ଥିତ ରହି ଶୈକ୍ଷିକ ବିକାଶ ଉପରେ ମାନ ନିର୍ଦ୍ଧାରଣ କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର କୁମାର ପାଢୀ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ସହ-ପ୍ରଧାନ ଆଚାର୍ଯ୍ୟା ବୈଜୟନ୍ତୀ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ।ସମାରୋପ ଦିବସର ସଙ୍ଗୀତ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଦେବେନ୍ଦ୍ର ପଟ୍ଟନାୟକ ରଚନା କରିଥିବା ବେଳେ ଆଚାର୍ଯ୍ୟ ଦୁର୍ଯ୍ୟୋଧନ ସିଂ ସଂଯୋଜନା କରିଥିଲେ। ଅନ୍ୟାନ୍ୟ ବିଦ୍ୟାଳୟ ରୁ ଆସିଥିବା ସମସ୍ତ ପ୍ରଧାନ ଆଚାର୍ଯ୍ୟ, ଆଚାର୍ଯ୍ୟ ଆଚାର୍ଯ୍ୟା, ଶୁଭେଛୁ, ଅଭିଭାବକ, ଅଭିଭାବିକା, ବାହାନ ଚାଳକ, ସହଯୋଗୀ ସମସ୍ତ ସେବକ ସେବୀକାଙ୍କ ସହଯୋଗରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମଟି ସଫଳ ହୋଇପାରିଥିଲା।
Sign in
Sign in
Recover your password.
A password will be e-mailed to you.