ମାଲକାନଗିରି,(୨୯।୪) : ମାଲକାନଗିରି ପୌର ପରିଷଦ ଓ ପୋଲିସ ମିଳିତ ଭାବେ ଆଜି ସହରର ୧୧ଟି ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଡାଉ କରିଥିଲୋ ଏହି ବ୍ୟବସାୟ ପ୍ରତିଷ୍ଠାନ ଗୁଡିକରେ ସରକାରଙ୍କ ଦ୍ୱାରା ନିଶିଦ୍ଧ ପଲିଥିନ ଓ ପ୍ଲାଷ୍ଟିକ ସାମଗ୍ରୀ ଗଛିତ ଥିବା ଏବଂ ଏହି ବ୍ୟବସାୟୀ ମାନେ ଏହାକୁ ବିକ୍ରି କରୁଥିବାରୁ ଆଇନ ଅନୁଯାୟୀ ଏହା ଏକ ଦଣ୍ଡନୀୟ ଅପରାଧ । ପୌର ପରିଷଦ ନିର୍ବାହୀ ଅଧିକାରୀ କାହ୍ନୁ ଚରଣ ପଟ୍ଟନାୟକ ଏବଂ ସ୍ଥାନୀୟ ପୋଲିସ ମିଳିତ ଭାବେ ଏହି ଚଢାଉରେ ସାମିଲ ହୋଇ ୧୧ଟି ବ୍ୟବସାୟୀ ପ୍ରତିଷ୍ଠାନରୁ ବିପୁଳ ପରିମାଣର ପଲିଥିନ ଓ ପ୍ଲାଷ୍ଟିକ ସାମଗ୍ରୀ ଜବତ କରିବା ସହ ୪୭୦୦୦ ଟଙ୍କା ଜରିମାନା ବ୍ୟବସାୟୀ ମାନଙ୍କ ଠାରୁ ଆଦାୟ କରିଛନ୍ତିା ଆଗାମୀ ଦିନରେ ନିଶିଦ୍ଧ ପଲିଥିନ ଏବଂ ବ୍ୟଭହାର ଉପରେ ଚଢାଉ ଜାରି ରହିବ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତିା
Sign in
Sign in
Recover your password.
A password will be e-mailed to you.
Prev Post