ଜୀବ ନିଷ୍ଠୁରତା ଆଇନ ଉପରେ ଜନସଚେତନତା ଶିବିର ଅନୁଷ୍ଠିତ

ମାଲକାନଗିରି (୨୮/୦୪) : ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ମାଲକାନଗିରି ଜୀବେ ନିଷ୍ଠୁରତା ନିରୋଧ ସମିତି ତରଫରୁ ଏକ ଜୀବ ନିଷ୍ଠୁରତା ଆଇନ ଉପରେ ଜନ ସଚେତନତା ଶିବିର ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେଶ୍ଵର ଚନ୍ଦ୍ର ନାଏକ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ରୂପେ ଜିଲ୍ଲା ପରିଷଦ ଉପସଭାପତି ଶ୍ରୀ ପତିତପାବନ ବୈଦ୍ୟ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କାର୍ଯ୍ୟାଳୟ ର ଆରକ୍ଷୀ ଅଧିକାରୀ ଶ୍ରୀ ହିମାଂଶୁ ବାରିକ ଏବଂ ସମ୍ମାନିତ ଅତିଥି ରୂପେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ପ୍ରମିଳା ମାଝୀ ଏବଂ ଅଧ୍ୟାପକ ଡା ରଞ୍ଜନ ସ୍ୱାଇଁ ଯୋଗ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ,ଶ୍ରୀ ନାଏକ ଜୀବେ ଦୟା ଉପରେ ଅନେକ ବାର୍ତା ପ୍ରଦାନ କରିଥିଲେ ।

ମୁଖ୍ୟ ବକ୍ତା ଶ୍ରୀ ବାରିକ ଜୀବେ ନିଷ୍ଠୁରତା ଉପରେ ପୋଲିସ ବିଭାଗର ଦାୟିତ୍ୱ ଏବଂ ପ୍ରାଣୀ ସମ୍ପଦ ବିଭାଗର ଅଧିକାରୀ ବୃନ୍ଦଙ୍କ ପ୍ରାଣୀ କଲ୍ୟାଣ ଉପରେ ଥିବା ନିୟମ ବିଷୟରେ ଜନ ସାଧାରଣଙ୍କୁ ବୁଝାଇଥିଲେ । ଏଥିରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ତଥା ଜିଲ୍ଲା ଜୀବେ ନିଷ୍ଠୁରତା ସମିତି ର ସଚିବ ଡା ଅଶୋକ କୁମାର ତ୍ରିପାଠୀ ଜୀବେ ଦୟା ଏବଂ ନିଷ୍ଠୁରତା ଉପିରିସ୍ଥ ନିୟମ ଆଦି ଜନ ସାଧାରଣଙ୍କୁ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ଜନ କଲ୍ୟାଣ ଗୋ ସେବା ପରିଷଦ ର ରାଷ୍ଠ୍ରୀୟ ଅଧ୍ୟକ୍ଷ ସ୍ୱାମୀ ବ୍ରହ୍ମଚାରୀ ମାଧବ ଚୈତନ୍ୟ ଯୋଗ ଦେଇ ଅନେକ ଜୀବେ ଦୟାର ଆଧ୍ୟାତ୍ମିକ ଦିଗ ଉପରେ ସଚେତନତା କରିଥିଲେ । ଅନ୍ୟତମ ମୁଖ୍ୟ ବକ୍ତା ଅଧ୍ୟାପକ ଡା ରଞ୍ଜନ ସ୍ୱାଇଁ ଜୀବେ ଦୟା ଉପରେ ଅନେକ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ପ୍ରାଣୀ ସମ୍ପଦ ବିଭାଗର ଏଡ଼ିଭିଓ , ଏସ୍ଡ଼ିଭିଓ ଏବଂ କୋରୁକୋଣ୍ଡା କାଲିମେଳା ବିଭିଓ ଙ୍କ ସହ ପୋଲିସ ବିଭାଗ , ଶିକ୍ଷା ବିଭାଗ , ଆରଟିଓ ଅଫିସର କର୍ମକର୍ତ୍ତା, ମାଲକାନଗିରି ମୁନିସିପାଲିଟିର କର୍ମକର୍ତ୍ତା ସହ ବାଲିମେଳା ଶ୍ରୀ ଲକ୍ଷ୍ମୀ ନାରାୟଣ ଗୋଶାଳା ର କର୍ମକର୍ତ୍ତା ଏବଂ ଅନେକ ପ୍ରାଣୀ ପ୍ରେମୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ (ପ୍ରାଣୀ କଲ୍ୟାଣ ) ଡା ସଂଗୀତା ରାଣୀ ଭୂପତି ଏବଂ ମାଲକାନଗିରି ସଦର ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଡା ଶୁଭ୍ରାଂଶୁ ସାହୁ ପରିଚାଳନା କରିଥିଲେ ।

nis-ad
Leave A Reply

Your email address will not be published.