ଓଡ଼ିଶାର ବିପର୍ଯ୍ୟସ୍ତ ଶିକ୍ଷା, ସୁରକ୍ଷା, ଆଇନ ଶୃଙ୍ଖଳାକୁ ବିରୋଧ କରି ଏବିଭିପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ଫୁଲବାଣୀ : କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏବିଭିପି ପକ୍ଷରୁ ରାଜ୍ୟରେ ବିପର୍ଯ୍ୟସ୍ତ ଶିକ୍ଷା ଓ ସୁରକ୍ଷା ବ୍ୟବସ୍ଥା ଏବଂ ଆଇନ ଶୃଙ୍ଖଳାକୁ ବିରୋଧ କରି ନବୀନ ପଟ୍ଟନାୟକଙ୍କ କୁଶପୁତଳିକା ଦାହ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିକ୍ଷୋଭକାରୀମାନେ ସମ୍ପ୍ରତି ରାଜ୍ୟରେ ଉପୁଜିଥିବା ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ ଭାବେ ଭୁଶୁଡ଼ିବା ଶିକ୍ଷା ବ୍ୟବସ୍ଥା ମଧ୍ୟ ବିଗିଡ଼ି ଗଲାଣି। ଓଡିଶାର ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳା ପରିସ୍ଥିତି ଓ ଶିକ୍ଷା ବ୍ୟବସ୍ଥାରେ ବ୍ୟତିକ୍ରମ ଦେଖା ଦେଲାଣି । OSSC ପରୀକ୍ଷାରେ ପ୍ରଶ୍ନପତ୍ର ମୁଦ୍ରଣ ତ୍ରୁଟି ଏବଂ ପରୀକ୍ଷା ବାତିଲ କରିବା, ମାଟ୍ରିକ୍ ପରୀକ୍ଷାରେ ୧୫୦୦୦ ରୁ ଉର୍ଦ୍ଧ ପିଲା ପରୀକ୍ଷା ନଦେବା, ରାଜ୍ୟରେ ମାଳ ମାଳ ଅଧ୍ୟାପକ ପଦବୀ ଖାଲି ରାଜ୍ୟର ବିପର୍ଯ୍ୟସ୍ତ ଶିକ୍ଷା ସ୍ଥିତିକୁ ଦର୍ଶାଇଛି । ବିଜେବି କଲେଜ,ମହର୍ଷି କଲେଜ, ରାଜେନ୍ଦ୍ର ବିଶ୍ୱ କେନ୍ଦ୍ର ବିଶ୍ୱବିଦ୍ୟାଳୟ ସମେତ ରାଜ୍ୟର ବିଭିନ୍ନ କ୍ୟାମ୍ପସ ପରିସରରେ ଅଣଛାତ୍ରଙ୍କ ପ୍ରବେଶ ଏବଂ ଶିକ୍ଷା ପରିସରକୁ ଅଶାନ୍ତ କରିବା ସରକାରଙ୍କ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଏବଂ ଗୃହ ବିଭାଗର ସୁରକ୍ଷା ବଳୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମହିଳା ଅସଦାଚରଣ ଭଳି ଘଟଣା ଦିନକୁ ଦିନ ବଢିବାରେ ଦେଖବାକୁ ମିଳୁଛି । ହକି ବିଶ୍ୱକପ ସମୟରେ ଜଣେ ଦିବ୍ୟାଙ୍ଗ ଛାତ୍ରୀଙ୍କୁ ପଟିଆ ରେଳ ଷ୍ଟେସନରେ ଗଣ ଦୁଷ୍କର୍ମ କଥା ହେଇ କି ବିଜେବି କଲେଜ ରୂଚିକାକୁ ଆଜି ଯାଏଁ ନ୍ୟାୟ ନ ଦେବା ଘଟଣା ଏହିଭଳି ବହୁ ମହିଳା ଜନିତ ଅପରାଧରେ ସରକାରଙ୍କ ଫେଲ ନୀତି ଓ ପୋଲିସ ସୁରକ୍ଷା ଫେଲ କାରଣରୁ ଘଟୁଛି ବୋଲି ଏବିଭିପି ସଙ୍ଘଠନ ପକ୍ଷରୁ ଅଭିଯୋଗ ହୋଇଛି । ତେଣୁ ଦାୟିତ୍ଵବାନ ଛାତ୍ର ସଂଗଠନ ହିସାବରେ ଏବିଭିପି ଏହାକୁ ତୀବ୍ର ବିରୋଧ କରୁଛି । ରାଜ୍ୟର ମୁଖୁଆ ଯେତେବେଳେ ଏହି ସବୁ ବିଷୟରେ ଚୁପ୍ ବସିଛନ୍ତି ତାଙ୍କର କୁଶପୁତଳିକା ଦାହ କରାଯାଇଛି । ଏହି ଆନ୍ଦୋଳନର ପ୍ରମୁଖ ଦାବିଥିଲା ଓଡ଼ିଶାରେ ଖାଲି ପଡିଥିବା ଅଧ୍ୟାପକ ପଦକୁ ତୁରନ୍ତ ପୂରଣ କରାଯାଉ, ମହର୍ଷି କଲେଜ,ବିଜେବି କଲେଜ ଓ ବିଭିନ୍ନ କ୍ୟାମ୍ପସ ରେ ଅଣଛାତ୍ରଙ୍କ ଦ୍ବାରା ବିଦ୍ୟାର୍ଥୀଙ୍କ ଉପରେ ଆକ୍ରମଣ କରିଥିବା ଅପରାଧିଙ୍କୁ ଦଣ୍ଡ ସହ ସମସ୍ତ କ୍ୟାମ୍ପସର ସୁରକ୍ଷା,ଓଡ଼ିଶାରେ ଦିନକୁ ଦିନ ବୃଦ୍ଧି ପାଉଥିବା ମହିଳା ଅପରାଧ ରେ ସମ୍ପୂର୍ଣ୍ଣ ଲଗାମ୍ ଲଗାନ୍ତୁ ସରକାର OSSC,ମାଟ୍ରିକ ପରୀକ୍ଷାରେ ତ୍ରୁଟିକୁ ସୁଧାରରୁ ଓ ଉଚ୍ଚ ସ୍ତରୀୟ ତଦନ୍ତ କରନ୍ତୁ,ଓଡ଼ିଶାରେ ବିପର୍ଯ୍ୟସ୍ତ ଆଇନ ପରିସ୍ଥିତି ବିରୋଧ,ଓଡ଼ିଶାରେ ଖାଲି ପଡ଼ିଥିବା ୨.୨୬ ଲକ୍ଷ ସରକାରୀ ପଦବୀର ତୁରନ୍ତ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରନ୍ତୁ ସରକାର ।ତୁରନ୍ତ ଏହି ସବୁ ବିଷୟକୁ ନିଜେ ମୁଖ୍ୟମନ୍ତ୍ରୀ ଧ୍ୟାନ ଦେଇ ସମାଧାନ କରନ୍ତୁ ନହଲେ ଗାଦି ଛାଡିଦିଅନ୍ତୁ ଅନ୍ୟଥା ଆଗାମୀ ଦିନରେ ଏବିଭିପି ଏହି ସବୁ ବିଷୟ ର ଜବାବ ମାଗିବାକୁ ନବୀନ୍ ନିବାସ ପର୍ଯ୍ୟନ୍ତ ଯିବ ।ରାଜ୍ୟର ଭୁଷୁଡି ପଡ଼ିଥିବା ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ଶିକ୍ଷା ସ୍ଥିତିକୁ ବିରୋଧ କରି ରାଜ୍ୟ ସହ ସମ୍ପାଦିକା ସଞ୍ଜନା କହଁର, ଜିଲ୍ଲା ପ୍ରମୁଖ ଶିବାଶିଷ ପଣ୍ଡା, ସୌଭାଗ୍ୟ ମହାନ୍ତି,ଟୁକୁନା କୁମାର ମଲିକ, ତଅପୋଇ କହଁର, ଦିବ୍ୟ ରଞ୍ଜନ ଡାକୁଆ, ରଜତ ମହାପାତ୍ର,ଅମିତ ବେହେରା, କଲ୍ୟାଣୀ ରଣା, କ୍ରିଷ୍ଣା, ତ୍ରିଲୋଚନ, ଅମୀର, ଆଦି ପ୍ରମୁଖ କାର୍ଯ୍ୟକର୍ତ୍ତା ବିକ୍ଷୋଭରେ ଭାଗ ନେଇଥିଲେ।

nis-ad
Leave A Reply

Your email address will not be published.