ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ମାଲକାନଗିରିରେ ଏଫଏମ ଟ୍ରାନ୍ସମିଟର ଉଦ୍ଘାଟିତ

ମାଲକାନଗିରି : ଆଜି ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ସାରା ଭାରତରେ ୯୧ ଗୋଟି ୧୦୦ ୱାଟ କ୍ଷମତା ବିଶିଷ୍ଟ ଏଫଏମ ଟ୍ରାନ୍ସମିଟର ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି। ଏହି ଉଦ୍ଘାଟନୀ ଉତ୍ସବରେ ମାନ୍ୟବର ସୂଚନା ଓ ପ୍ରସାରଣ, କ୍ରୀଡା ଓ ଯୁବବିଭାଗ ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ଏବଂ ମାନ୍ୟବର ସୂଚନା ଓ ପ୍ରସାରଣ, ପଶୁ ଓ ମତ୍ସ୍ୟ ପାଳନ ତଥା ଦୁଗ୍ଧ ବିଭାଗର ରାଜ୍ୟପାହ୍ୟା ମନ୍ତ୍ରୀ ଡ: ଏଲ ମୁରୁଗାନ ଉପସ୍ଥିତ ଥିଲେ। ଏହି ଅବସରରେ ଆଭାସୀ ମାଧ୍ୟମରେ ଆୟୋଜିତ ଏହି ଉତ୍ସବରେ ଭାରତର 91ଟି ସ୍ଥାନରେ ଏକା ସମୟରେ ସମ୍ପୃକ୍ତ ଅଞ୍ଚଳର ଜଣ-ପ୍ରତିନିଧି, ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ତଥା ଜନ ସାଧାରଣଙ୍କ ସମାବେଶ ହୋଇଥିଲା।
ଆକାଶବାଣୀ ଜୟପୁର କେନ୍ଦ୍ର ପକ୍ଷରୁ କୋରାପୁଟ, ମାଲକାନିଗିରି ଏବଂ ନବରଂଗପୁର ଠାରେ ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମର ପରିଚାଳନା କରାଯାଇଥିଲା। ମାଲକାନଗିରିର ଡି ଏନ କେ ଅଞ୍ଚଳରେ ଏସ ପି ଙ୍କ ବାସ ଭବନ ନିକଟରେ ଏହି 100 ୱାଟ ଏଫ ଏମ ଟ୍ରାନ୍ସମିଟର ଉଦ୍ଘାଟିତ ହୋଇଛି। ଏହି ଉତ୍ସବରେ ମାଲକାନିଗିରି-ନବରଂଗପୁର ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ ଆଭାସୀ ମାଧ୍ୟମରେ ଯୋଗଦେଇଥିବା ବେଳେ ମାଲକାନିଗିରି ବିଧାୟକ ଶ୍ରୀ ଆଦିତ୍ୟ ମାଢୀ ଙ୍କ ସମେତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ, ଡାକ୍ତର ଏ କେ ମିଶ୍ର, ADMO, ଶ୍ରୀ ହରିଶ ପାଲ, ଜିଲ୍ଲା ଯୁବ ଅଧିକାରୀ, ଡ ରଞ୍ଜନ କୁମାର ସ୍ଵାଇଁ, ରତ୍ନାକର ଦାସ, ଜ୍ଞାନଚାନ୍ଦ ଜଗନ୍ନାଥ, ଦୂର୍ଗା ଶଙ୍କର ପଟ୍ଟନାୟକ, ଦୁତୀଆ ବଞ୍ଛର ପ୍ରମୁଖ ଯୋଗ ଦେଇଥିଲେ।
ଆକାଶବାଣୀ ଜଯପୁର ପକ୍ଷରୁ କାର୍ଯ୍ୟକ୍ରମ ମୁଖ୍ୟ ନରେନ୍ଦ୍ର ନାଥ ପଟ୍ଟନାୟକ, ସହାୟକ ଯନ୍ତ୍ରୀ ସୁଧାଂଶୁ ଶେଖର ସୀତାରାମ, ଶରତ କୁମାର ପାଢୀ ଏବଂ ଏନ ୟୋଗେନ୍ଦ୍ର ଉପସ୍ଥିତ ରହି ପରିଚାଳନା କରିଥିଲେ। ସ୍ଥାନୀୟ ଏଫ ଏମ ରେ ନିୟୋଜିତ ବିଶ୍ଵନାଥ ଭତରା ଏବଂ ଦେବରାଜ ଭୂମିଆ ଏହି ଉତ୍ସବର ସୁପରିଚାଳନାରେ ସହଯୋଗ କରିଥିଲେ।

nis-ad
Leave A Reply

Your email address will not be published.