ମାନସିକ ଅସୁସ୍ଥ ବ୍ୟକ୍ତିମାନଙ୍କ ସହାୟତା ନେଇ କର୍ମଶାଳା…

ଫୁଲବାଣୀ : ଆଜିର ଦିନରେ ମାନସିକ ସ୍ଵାସ୍ଥ୍ୟ ଏକ ବିଶ୍ବସ୍ତରର ସମସ୍ୟା ହୋଇଥିବାବେଳେ ଆମ ଦେଶରେ ମଧ୍ୟ ମାନସିକ ଭାବରେ ଦୁର୍ବଳ ବ୍ୟକ୍ତିଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ‘ବେସିକ ନିଡ୍ ଇଂଡିଆ’ ଓ ସ୍ଵେଚ୍ଛାସେବୀ ଅନୁଷ୍ଠାନ ‘ସ୍ପାତୀ’ର ମିଳିତ ସହଯୋଗରେ ୨୭ ଅପ୍ରେଲ ୨୦୨୩ ରିଖରେ ଏକ ଦିନିକିଆ ବ୍ଲକ୍ ସ୍ତରୀୟ ଆଲୋଚନା ଚକ୍ର ଫିରିଙ୍ଗିଆ ବ୍ଲକ୍ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଛି ।ଜିଲ୍ଲାରେ କିପରି ମାନସିକ ଭାବରେ ଥିବା ଅସୁସ୍ଥ ବ୍ୟକ୍ତିମାନେ ଚିକିତ୍ସା ଓ ଅନ୍ୟାନ୍ୟ ସରକାରୀ ସହାୟତା ପାଇ ସମାଜର ମୂଖ୍ୟ ସ୍ରୋତରେ ସାମିଲ ହେବେ ଏହି ସଭାର ମୂଖ୍ୟ ଉଦ୍ଦେଶ୍ୟ ଥିଲା । ମାନିସକ ରୋଗର କାରଣ ଓ ଏହାକୁ କିପରି ଶିଘ୍ର ଚିହ୍ନଟ କରି ଚିକିତ୍ସା କରାଯାଇପାରିବ ଏ ସଂପର୍କରେ ଫିରିଙ୍ଗିଆ ସି.ଏଚ୍.ସି ମେଡିକାଲ ଅଫିସର ଡା. ସୌମିତ୍ରୀ ପ୍ରସାଦ ନାୟକ ପ୍ରକାଶ କରିଥିଲେ । ବେସିକ ନିଡ୍ ଇଂଡିଆ ର ରାଜ୍ୟ ସଂଯୋଯକ ରାଜିବ କର୍ମୀ ମାନସିକ ସ୍ୱାସ୍ଥ୍ୟ ସମ୍ବଧିୟ ରାଜ୍ୟ ଓ ଦେଶର ବିଭିନ୍ନ ଦିଗ ଉପରେ ଆଲୋକ ପାତ କରିଥିଲେ । ଯନ୍ତ୍ରକାରୀମାନେ କିପରି ସ୍ଵୟଂସହାୟିକା ଦଳରେ ସାମିଲ ହୋଇ ସରକାରୀ ସାହାଯ୍ୟର ଲାଭ ପାଇପାରିବେ ସେ ସଂପର୍କରେ ଓଡିଶା ଜୀବିକା ମିଶନର ରୁବିନା ନାୟକ ଆଲୋଚନା କରିଥିଲେ । ପଂଚାୟତ ସ୍ତରରେ ଅସୁସ୍ଥ ବ୍ୟକ୍ତି ମାନଙ୍କର ତଥ୍ୟ ସବୁ କିପରି ଭାବରେ ରଖାଯାଇପାରିବ ସେ ବିଷୟରେ ଫିରିଙ୍ଗିଆ ସି.ଡି.ପି.ଓ ହରପ୍ରିୟା ମେହେର ନିଜର ମତ ରଖୁଥିଲେ । ଆ.ସି.ଡି.ଏସ୍ ସୁପରଭାଇଜର ରନ୍ଧାବତୀ ବେହେରା, ତଳ ଦଣ୍ଡିକିଆ ପଂଚାୟତ ସରଫଚ ଶ୍ରୀ ଶଙ୍କର କୁମାର ପ୍ରଧାନ, କେଲାପଡା ଓ ପବିଙ୍ଗିଆ ସରପଂଚ ମଧ୍ୟ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଫିରିଙ୍ଗିଆ ବ୍ଲକ୍ ବିଡିଓଙ୍କ ତତ୍ତ୍ଵାବଧାନରେ ହୋଇଥିବା ଏହି ବୈଠକରେ ବ୍ଲକ୍ ଆକାଉଂଟ ଅଫିସର ଅନୁଗ୍ରହ ସଚିନ ଜାତେ ମାନସିକ ଅସୁସ୍ଥ ମାନଙ୍କ ନିମନ୍ତେ ସେମାନଙ୍କ ଯନ୍ତ୍ରକାରୀ ମାନଙ୍କ ଭୂମିକା କିପରି ଗୁରୁତ୍ଵପୂର୍ଣ୍ଣ ଅଟେ ଏବଂ ବିଭିନ୍ନ ସରକାରୀ ସାହାଯ୍ୟ ବିଷୟରେ ନିଜର ମତ ରଖିଥିଲେ ।
ଏହି ବୈଠକରେ ବନବାସୀ ସେବା ସମିତି ଓ ସାହାରା ଅନୁଷ୍ଠାନର କର୍ମୀମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ସ୍ୱାତୀର ପ୍ରୋଗ୍ରାମ ମ୍ୟାନେଜର ଶ୍ରୀ ପଦୀପ ସ୍ୱାଇଁ ଓ ଶ୍ରୀ ବିଶ୍ବ ରଞ୍ଜନ କର ପରିଚାଳନା କରିଥିଲେ । ମାନସିକ ସ୍ୱାସ୍ଥ୍ୟ ପ୍ରକଳ୍ପର ପରିଚାଳକ ବୈକୁଣ୍ଠ ଚନ୍ଦ୍ର ଦାଶ ସ୍ୱାତୀର ଚାଲିଥିବା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ର ସବିରଣୀ ତଥ୍ୟ ପ୍ରକାସ କରିଥିବା ସ୍ଥଳେ, ଏବଂ ଅନ୍ୟାନ୍ୟ କର୍ମୀ ଓ ଭଲେଣ୍ଟିଅର ମାନେ ଯୋଗ ଦେଇଥିଲେ ।

nis-ad
Leave A Reply

Your email address will not be published.