ଟିମ କ୍ଲିନ ସିଟି ପକ୍ଷରୁ ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ…

ବ୍ରହ୍ମପୁର : ଜାମ୍ମୁ ଓ କାଶ୍ମୀରର ପୁଞ୍ଚ ସେକ୍ଟରରେ ହୋଇଥିବା ଆତଙ୍କି ହାମଲାରେ 5ଜଣ ଯବାନ ସହୀଦ ହୋଇଥିଲେ। ସେଥି ମଧ୍ୟରୁ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକର ବୀର ଓଡ଼ିଆ ପୁଅ ଦେବାଶିଷ ବିଶ୍ୱାଳଙ୍କ ଦେଶ ମାତୃକା ପାଇଁ ବଳିଦାନକୁ ନେଇ ପ୍ରତ୍ୟେକ ଓଡ଼ିଆ ଆଜି ଗର୍ବିତ। ସେହିଭଳି ଗତକାଲି ଛତିଶଗଡ଼ର ଦାନ୍ତେୱାଡାରେ ହୋଇଥିବା ନକ୍ସଲି ଆକ୍ରମଣରେ 11ଜଣ ସିପାହୀ ସହିଦ ହୋଇଛନ୍ତି। ଉଭୟ ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଯବାନଙ୍କ ମନୋବଳ ଦୃଢ଼ କରିବା ଓ ସହୀଦଙ୍କ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ପାଇଁ ଦକ୍ଷିଣ ଓଡ଼ିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଟିମ କ୍ଲିନ ସିଟି ପକ୍ଷରୁ ଶୋକସଭାର ଆୟୋଜନ କରାଯାଇଛି। ଟିମର ବହୁ ସଦସ୍ୟଙ୍କ ସହିତ ସ୍ଥାନୀୟ ଜନସାଧାରଣ ସକ୍ରିୟ ସାମିଲ ହୋଇ ସହିଦଙ୍କ ଅମର ଆତ୍ମାର ସଦଗତି କାମନା କରି ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ। ପରେ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଥିଲା।

nis-ad
Leave A Reply

Your email address will not be published.