ଚିକିଟୀ : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ କେ.ନୂଆଗାଁ ଥାନା ଅଧିନରେ ସହଦେଵ ଟିକର ପଡ଼ାରେ ତା ୨୫.୦୩.୨୦୨୩ ରିଖରେ ହୋଇଥିବା ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଖୁଲାମ ଖୁଲା ବୁଲୁଥିବା ବେଳେ ମଧ୍ୟ ବର୍ତ୍ତମାନ ସୁଧା ପୋଲିସ ଗିରଫ କରିବାକୁ ଡରୁଥିବା ଅଭିଯୋଗ ଆଣିଛନ୍ତି ଭାଜପାର ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର କାର୍ଯ୍ୟକାରିଣୀ ସଦସ୍ୟ ଉତ୍ତମ ପାଣିଗ୍ରାହୀ I ସୂଚନା ପ୍ରକାରେ ଗତ ତା ୨୫.୦୩.୨୦୨୩ ରିଖ ସନ୍ଧ୍ୟାରେ ତୁଫାନ ଗୋୖଡ଼ ପିତା ଉଆଳିଗୋୖଡ଼ ଘର ବାହାରେ ବସିଥିବା ବେଳେ ଯୋଜନା ମୁତାବକ ଉକ୍ତ ଗ୍ରାମର କିଛି ମହିଳା ପୁରୁଷ ଟାହି ଟାପରI କରିବା ସହ ଖଣ୍ଡା,କାତି, ଠେଙ୍ଗା,ଇତ୍ୟାଦି ମIରଣା ଅସ୍ତ୍ର ଧରି ଆକ୍ରମଣ କରିଥିଲେ ଆକ୍ରମଣର କୁ ଆକଟ କରିବା ସକାଶେ ତୁଫାନ ଗୋୖଡ଼ଙ୍କ ପିତା,ଭାଇ ଯିବାପରେ ଦୁଇ ଜଣକୁ ଆହତ କରିବା ପରେ ଅତି ନିର୍ମମ ଭାବରେ ତୁଫାନ ଗୋୖଡ଼ଙ୍କୁ ହତ୍ୟା କରି ଫେରାର ହୋଇଥିଲେ I ଘଟଣା ଘଟିବାପରେ ଅଭିଯୋଗ ପାଇ କେ.ନୂଆଗାଁ ଥାନା ପୋଲିସ ପହଞ୍ଚି ତଦନ୍ତ ସାରି ହାତ ଯୋଡି ବସିଥିବାରୁ ଅଭିଯୋଗକାରୀ ଓ ଉତ୍ତମ ପାଣିଗ୍ରାହୀଙ୍କ ତତ୍ୱାବଧାନରେ ବ୍ରହ୍ମପୁର ଆରକ୍ଷୀ ଅଧିକାରୀଙ୍କୁ ଘଟଣା ବିଷୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ ପରେ ପରେ ତରବରିଆ ଭାବରେ ପୋଲିସ ଦୁଇଜଣ ଅଭିଯୁକ୍ତକୁ ଗିରଫକରି ମୁଖ୍ୟ ଅଭିଯୁକ୍ତକୁ ଛାଡି ଦେଇଥିବା ମଧ୍ୟ ଅଭିଯୋଗ ଆସୁଛି l ବର୍ତ୍ତମାନ ମୁଖ୍ୟ ଅଭିଯୁକ୍ତ ତାର ସହଯୋଗୀ ମାନକୁ ଧରି ଉଆଳି ଗୋୖଡ଼ ତଥା ମୃତକ ତୁଫାନ ଗୌଡ଼ ପରିବାରର ସଦସ୍ୟ ମାନକୁ ହତ୍ୟାଧମକ ଦେଉଥିବା ବେଳେ ଏକ ନlବlଳକକୁ ପୋଲିସ ବାୟସ କରି ମୁଖ୍ୟ ଅଭିଯୁକ୍ତ କରି ପ୍ରକୃତ ଅଭିଯୁକ୍ତ କୁ ଖସାଇ ଦେବାକୁ ଚେଷ୍ଟା ଚାଲୁଥିବା ମଧ୍ୟ ପ୍ରକାଶ ପାଉଛି l ଏହି ପୁରା ଘଟଣାକୁ କେନ୍ଦ୍ର କରି ଆଜି ଉକ୍ତ ଗ୍ରାମର କିଛି ବ୍ୟକ୍ତି ଜୀବନ ଭୟରେ ଲୁଚି ଲୁଚି ଚିକିଟୀ ଉପ ଆରକ୍ଷୀ ଅଧିକାରୀଙ୍କୁ ମିଶି ଏକ ଦରଖାସ୍ତ ପ୍ରଦାନ କରିଥିଲେ I ଆଗାମୀ ଦିନରେ ଯଦି ପ୍ରକୃତ ଆସାମୀ ଗିରଫ ନହୁଏ ନିଶ୍ଚିତ ଭାବରେ ଭୟଭୀତ ଥିବା ପରିବାର ଓ ଗ୍ରାମବାସୀ ମିଶି ଭୁବନେଶ୍ୱର ସ୍ଥିତ ପୋଲିସର ଉଚ୍ଚ ପଦସ୍ତ ଅଧିକାରୀଙ୍କ ସହଯୋଗ ଲୁଡିବାକୁ ସାକ୍ଷାତ କରିବୁ ଦରକାର ପଡ଼ିଲେ ରାଜ ରାସ୍ତାରେ ବସିବୁ ବୋଲି ପ୍ରକାଶ କରିଛନ୍ତି l
Sign in
Sign in
Recover your password.
A password will be e-mailed to you.
Next Post