ଗୋଡ଼ବନ୍ଧା ଅବସ୍ଥାରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର…

ନବରଙ୍ଗପୁର: ମାରି ଦେଇ ଝୁଲାଇ ଦେଲେ !। ଗୋଡ଼ବନ୍ଧା ଅବସ୍ଥାରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ନବରଙ୍ଗପୁର ବେହେରାଗୁଡା ମଣ୍ଡେଇ ପଡିଆ ସାମନା ବରଗଛରେ ଗୋଡ଼ବନ୍ଧା ଅବସ୍ଥାରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଗଛରେ ଏକ ବ୍ୟାଗ ମଧ୍ୟ ରହିଛି ।

ଘଟଣାସ୍ଥଳରେ ଟାଉନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା ମୃତ ଯୁବକଙ୍କ ପରିଚୟ ମିଳିନାହିଁ । କେହି ହତ୍ୟା କରି ଗଛରେ ଝୁଲେଇ ଦେଇଥିବା ସନ୍ଦେହ କରାଯାଉଛି ।

nis-ad
Leave A Reply

Your email address will not be published.